ମୁମ୍ବାଇ, ଗ୍ଲୋବାଲ ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସର ତାଲିକାରେ ସ୍ଥାନ ପାଇଲେ ବିରୁସ୍କା ଦମ୍ପତି |ଏହି ତାଲିକାରେ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଶୀର୍ଷ -୨୫ରେ ଅଛନ୍ତି। ଗ୍ଲୋବାଲ୍ ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସର ଟପ-୨୫ ତାଲିକାରେ କେବଳ ତିନିଜଣ ଭାରତୀୟଙ୍କ ନାମ ସ୍ଥାନ ପାଇଛି।
ବିଶ୍ୱସ୍ତରୀୟ ତଥ୍ୟ ସଂଗ୍ରହ ଏବଂ ବିଶ୍ଳେଷଣ ପାଇଁ ଏକ ପ୍ଲାଟଫର୍ମ ହାଇପ ଅଡିଟର ଦ୍ବାରା ଏହି ତାଲିକାରେ ବିଶ୍ବର ଲୋକମାନଙ୍କୁ ପ୍ରଭାବିତ କରୁଥିବା ସେଲିବ୍ରିଟି ତାଲିକାରେ ବିରାଟ କୋହଲି ୧୧ନମ୍ବରରେ ଅଛନ୍ତି। ଏହାସହ ସେ ତାଲିକାରେ ସର୍ବାଧିକ ମାନ୍ୟତା ପାଇଥିବା ଭାରତୀୟ ହୋଇପାରିଛନ୍ତି। ଏଥିସହିତ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦୀ ୧୭ତମ ସ୍ଥାନରେ ଏବଂ ଅନୁଷ୍କା ଶର୍ମା ଏହି ତାଲିକାରେ ୨୪ନମ୍ବର ସ୍ଥାନରେ ଅଛନ୍ତି।ଏହି ତାଲିକାରେ ପର୍ତ୍ତୁଗାଲ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲଡୋ ଶୀର୍ଷରେ ଅଛନ୍ତି। ସେହିପରି କ୍ୟାଟ୍ରିନ କୈଫ ଏବଂ ଦୀପିକା ପାଦୁକୋନ ମଧ୍ୟ ଶ୍ରେଷ୍ଠ ୫୦ ଗ୍ଲୋବାଲ ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସର ତାଲିକାରେ ସ୍ଥାନ ପାଇଛନ୍ତି।
ବିଶ୍ୱସ୍ତରୀୟ ତଥ୍ୟ ସଂଗ୍ରହ ଏବଂ ବିଶ୍ଳେଷଣ ପାଇଁ ଏକ ପ୍ଲାଟଫର୍ମ ହାଇପ ଅଡିଟର ଏଜେନ୍ସି ଗ୍ଲୋବାଲ୍ ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସର ଏକ ତାଲିକା ପ୍ରତିବର୍ଷ ପ୍ରକାଶ ପାଏ | ଏହି ତାଲିକା ପାଇଁ ୧୦୦୦ ସେଲିବ୍ରିଟିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ସେମାନଙ୍କ ପ୍ରଶଂସକଙ୍କ ଗୁଣବତ୍ତା ଏବଂ ପ୍ରାମାଣିକ ଯୋଗଦାନ ସ୍ଥାନୀତ କରାଯାଇଥିଲା। ତେବେ ସୋସିଆଲ ମିଡିଆ ପ୍ଲାଟଫର୍ମ ସାହାଯ୍ୟରେ ଏହି ସେଲିବ୍ରିଟିମାନେ ସଚେତନତା, ସଶକ୍ତିକରଣ, ନିଜକୁ ଉତ୍ସାହିତ କରିବାରେ କେତେ ସକ୍ଷମ ତାହା ଦେଖାଯାଇଥିଲା। ଏଥିସହିତ ସୋସିଆଲ ମିଡିଆରେ ସେମାନଙ୍କ ଉପସ୍ଥିତି ଏବଂ ଶକ୍ତି କେତେ ତାହା ମଧ୍ୟ ଦେଖାଯାଇ ତାଲିକାରେ ସେଲିବ୍ରିଟିଙ୍କ ନାମ ପ୍ରକାଶ କରାଯାଏ |
ବାହାନଗା ସ୍କୁଲ୍ରେ ହେବ ଶୁଦ୍ଧିକରଣଉନ୍ମୋଚନ ହେଲା ଓଡ଼ିଶା ଆମ୍ବ ଲୋଗୋଯାଜପୁର କଳିଙ୍ଗନଗର ଡୁବୁରୀ ଛକରେ ଭୟାବହ ଅଗ୍ନିକାଣ୍ଡଆଜି ମହାପ୍ରଭୁଙ୍କ ଅଣସର ସେବାର ଚତୁର୍ଥ ଦିନୟୁଟ୍ୟୁବର ‘ଅନ୍ ଟାଲେଣ୍ଟେଡ୍ ଗାଏ’ର ଚ୍ୟାନେଲ ବ୍ୟାନ୍ଗାଧୋଇବାବେଳେ ପୋଖରୀରେ ବୁଡ଼ି ୨ ମହିଳା ମୃତଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳଯାତ୍ରୀଙ୍କୁ ନେଇ ପୁରୀରୁ କୋଲକାତା ଯାଉଥିବା ବସ୍ ଅଟକମୋଦୀଙ୍କ ପାଖକୁ ସ୍ୱତନ୍ତ୍ର କିସମର ଆମ୍ବ ପଠାଇଲେ ମମତା ବାନାର୍ଜୀଦୂରଦର୍ଶନର ପ୍ରଥମ ଇଂରାଜୀ ନ୍ୟୁଜ୍ ଆଙ୍କର ଗୀତାଞ୍ଜଳି ଆୟରଙ୍କ ପରଲୋକ