rashmika

ରଶ୍ମିକା ମନ୍ଦାନାଙ୍କ ଫେକ୍ ଭିଡିଓ ଭାଇରାଲକୁ ନେଇ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ଟୁଇଟ

ନୂଆଦିଲ୍ଲୀ: ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଏକ ଫେକ୍ ଭିଡିଓ ସୋସାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହି ଭାଇରାଲ୍ ଭିଡିଓ ଉପରେ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ସୋସାଲ୍ ମିଡିଆ ପ୍ଲାଟଫର୍ମଗୁଡିକୁ ଭୁଲ ସୂଚନା ସହ ଲଢିବା ପାଇଁ ସେମାନଙ୍କ ଆଇନଗତ ଅଧିକାର ମନେ ପକାଇଛନ୍ତି।  ତେବେ ସୋସିଆଲ ମିଡିଆରେ ଯେଉଁ ଭିଡିଓ ଭାଇରାଲ ହେଉଛି, ସେଥିରେ ଅଭିନେତ୍ରୀ ରଶ୍ମିକା ମନ୍ଦାନା ନାହାନ୍ତି ବରଂ ବ୍ରିଟିଶ-ଭାରତୀୟ ଜାରା ପଟେଲ ଅଛନ୍ତି। କିନ୍ତୁ ଭିଡିଓରେ ତାଙ୍କ ଚେହେରାକୁ ବଦଳାଇ ଦିଆଯାଇଛି। 

କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏକ୍ସରେ ଆଇଟି ନିୟମ ଅଧୀନରେ ସୋସାଲ୍ ମିଡିଆ ପ୍ଲାଟଫର୍ମଗୁଡିକୁ ଆଇନଗତ ଦାୟିତ୍ଵ ମନେ ପକାଇ ଲେଖୁଛନ୍ତି, ‘ନରେନ୍ଦ୍ର ମୋଦି ଜୀଙ୍କ ସରକାର ଇଣ୍ଟରନେଟର ଉପଯୋଗ କରୁଥିବା ସମସ୍ତ ଡିଜିଟାଲ୍ ନାଗରିକଙ୍କ ସୁରକ୍ଷା ଓ ବିଶ୍ଵାସ ସୁନିଶ୍ଚିତ କରିବା ପାଇଁ ପ୍ରତିବଦ୍ଧ ଅଟେ’ । ୨୦୨୩ ଏପ୍ରିଲରେ ଅଧିସୂଚୀତ ଆଇଟି ନିୟମ ଅନୁସାରେ, ୟୁଜର୍ସ ଯେପରି କୌଣସି ଭୁଲ ସୂଚନା ପୋଷ୍ଟ ନ କରିବେ ତାହା ସୁନିଶ୍ଚିତ କରିବା ପ୍ଲାଟଫର୍ମର ଆଇନଗତ ଦାୟିତ୍ଵ ଅଟେ। କୌଣସି ୟୁଜର କିମ୍ବା ସରକାରଙ୍କ ଦ୍ଵାରା ରିପୋର୍ଟ କରାଯିବା ପରେ ସେ ତାହାକୁ ହଟାଇବା ଦରକାର। ଆଇଟି ମନ୍ତ୍ରୀ କହିଛନ୍ତି ଯେ ଯଦି ସୋସାଲ ମିଡିଆ ପ୍ଲାଟଫର୍ମ ଏହି ନିୟମର ପାଳନ ନ କରନ୍ତି ତେବେ ତାଙ୍କୁ ଆଇପିସି ନିୟମ ଅନୁସାରେ କୋର୍ଟକୁ ଟଣାଯାଇ ପାରେ। ସେହିପରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ‘ଭୁଲ ସୂଚନାର ନୂଆ ଓ ସବୁଠୁ ଅଧିକ କ୍ଷତିକାରକ ରୂପ ଅଟେ । ପ୍ଲାଟଫର୍ମଗୁଡିକ ଏହାର ମୁକାବିଲା କରିବା ଦରକାର’।

ଅନ୍ୟମାନଙ୍କୁ ଜଣାନ୍ତୁ।