hanuman

ଆକାଶରେ ଉଡ଼ୁଛନ୍ତି ହନୁମାନ, ଦେଖନ୍ତୁ ଭିଡ଼ିଓ

ପ୍ରତ୍ୟେକ ଦିନ ସୋସିଆଲ ମିଡ଼ିଆରେ କିଛି ନା କିଛି ନୂଆ ଭିଡ଼ିଓ ଦେଖିବାକୁ ମିଳିଥାଏ । ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏଭଳି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯାହାର ଦୃଶ୍ୟ ଦେଖିଲେ ଆପଣଙ୍କ ମନ ମଧ୍ୟ ଖୁସି ହୋଇଯିବ । କାରଣ ଏହି ଭାଇରାଲ ଭିଡ଼ିଓରେ ଆପଣ ବଜରଙ୍ଗବଲୀଙ୍କ ଏକ ଡ୍ରୋନ୍ ଭିଡ଼ିଓ ଦେଖିବାକୁ ପାଇବେ ।

ସୂଚନାଯୋଗ୍ୟ ଡ୍ରୋନରେ ବନ୍ଧା ହୋଇଥିବା ହିନ୍ଦୁ ଭଗବାନ ହନୁମାନଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଛତିଶଗଡର ଅମ୍ବିକାପୁରରେ ସୁଟିଂ କରାଯାଉଥିବା ଏହି ଭିଡ଼ିଓରେ ପୁରାଣରେ ଉଡ଼ୁଥିବା ପ୍ରଭୁ ହନୁମାନଙ୍କ ଉଡ଼ାଣକୁ ମନେ ପକାଇ ଡ୍ରୋନ୍‌କୁ ଆକାଶକୁ ଛାଡିଥିବା ଲୋକଙ୍କୁ ଦର୍ଶାଯାଇଛି। ଯାହାକୁ ଦେଖିବା ପରେ ସତରେ ପ୍ରଭୁ ବଜରଙ୍ଗବଲୀ ଆକାଣରେ ଉଡ଼ୁଥିବା ଭଳି ମନେ ହେଉଛନ୍ତି । ଏହି ଡ୍ରୋନ୍କୁ ମାହବୀରଙ୍କ ଆକୃତିର ତିଆରି କରାଯାଇଥିଲା । ଯାହାକୁ ଦେଖିବା ପାଇର୍ ଶ୍ରଦ୍ଧାଳୁଙ୍କ ଭିଧ ମଧ୍ୟ ଜମିଥିଲା । ଯେପରି ଲାଗୁଛି ଯେ ପ୍ରଭୁ ବଜରଙ୍ଗବଲୀ ଉପରେ ଥାଇ ସମସ୍ତ ଭକ୍ତଙ୍କୁ ଆର୍ଶିବାଦ ଦେଉଛନ୍ତି ।

https://www.instagram.com/reel/Cy2WLTuR7TH/?utm_source=ig_web_copy_link

ଏହି ଭିଡ଼ିଓଟି ପ୍ରଥମେ ଇନଷ୍ଟାଗ୍ରାମରେ ଭିନାଲ୍ ଗୁପ୍ତାଙ୍କ ଦ୍ୱାରା ସେୟାର କରାଯାଇଥିଲା । ଭିନାଲ୍ ଗୁପ୍ତା ଜଣେ ଫଟୋଗ୍ରାଫର ଏବଂ ସେ ସହରର ଆକର୍ଷଣୀୟ ଚିତ୍ର ସୋସିଆଲ ମିଡିଆରେ ସେୟାର୍ କରନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।