You are currently viewing ଆରମ୍ଭ ହେଲା ବିବାହ ଉତ୍ସବ, ଆଜି କ୍ୟାଟଙ୍କ ହାତରେ ଲାଗିବ ମେହେନ୍ଦି 

ଆରମ୍ଭ ହେଲା ବିବାହ ଉତ୍ସବ, ଆଜି କ୍ୟାଟଙ୍କ ହାତରେ ଲାଗିବ ମେହେନ୍ଦି 

ମୁମ୍ବାଇ-୦୭.୧୨.୨୦୨୧, ଆଜି ମେହେନ୍ଦୀ, କାଲି ସଙ୍ଗୀତ ଓ ତା’ପର ଦିନ ଭିକି ଓ କ୍ୟାଟ୍ରିନାଙ୍କ ବିଗ୍ ଗ୍ରାଣ୍ଡ ୱେଡ଼ିଂ । ତେବେ ଏହି ବିବାହ ପାଇଁ  ଆଜିଠୁ ଉତ୍ସବ ଆରମ୍ଭ ହୋଇଯାଇଛନ୍ତି । ବିବାହ ପାଇ ଗତକାଲିଠୁ ବର, କନ୍ୟା ଓ ପରିବାର ଉଭୟ ମୁମ୍ବାଇରୁ ରାଜସ୍ଥାନ ଯାଇଛନ୍ତି । ରାଜସ୍ଥାନର ସୱାଇ ମାଧୋପୁର ରିସର୍ଟର ସିକ୍ସ ସେନ୍ସ ଫୋର୍ଟ ବରୱାରାରେ ଉଭୟଙ୍କ ରୟାଲ ୱେଡିଙ୍ଗ ହେବ । ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । 

ବହୁ ପ୍ରତୀକ୍ଷିତ ବିବାହ ଉତ୍ସବରେ ଭାଗ ନେବେ ୧୨୦ ବଛା ବଛା ଅତିଥି ।ଏହି ବିବାହରେ ବଲିଉଡର ବହୁ ନାମୀଦାମୀ ସେଲିବ୍ରିଟି ଯୋଗ ଦେବେ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି।  ଏହି ବିବାହ ଆୟୋଜନ କରୁଥିବା ଇଭେଣ୍ଟ କମ୍ପାନୀ ବିବାହକୁ ରାଜକୀୟ ଲୁକ୍‌ ଦେବାକୁ ବିଦେଶରୁ କ୍ରିଷ୍ଟାଲ ବଲ୍‌ ସାଙ୍ଗକୁ ଝୁମର ମଗାଇଛି। ବି-ଟାଉନ୍‌ର ଏହି ସୁପରହିଟ୍‌ ଯୋଡ଼ିଙ୍କ ବିବାହ ସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତିରେ  ଆୟୋଜିତ ହେବ  । 
ଭିକି-କ୍ୟାଟ୍ରିନାଙ୍କ ବିବାହ ସ୍ଥଳର ସୁରକ୍ଷା ଦାୟିତ୍ୱ ସଲମାନଙ୍କ ବ୍ୟକ୍ତିଗତ ବଡିଗାର୍ଡ ଶେରାଙ୍କ ଉପରେ ରହିଛି ।  ଶେରା  ଟାଇଗର ସିକ୍ୟୁରିଟି ନାମକ ସିକ୍ୟୁରିଟି କମ୍ପାନୀ ଚଳାନ୍ତି। ଏହି ସିକ୍ୟୁରିଟି କମ୍ପାନୀ ହାତରେ  ବିକ୍କି-କ୍ୟାଟଙ୍କ ବିବାହ ଆୟୋଜନ ହେବାକୁ ଥିବା ସିକ୍ସ ସେନ୍ସ ଦୁର୍ଗର ସୁରକ୍ଷାର ସମ୍ପୂର୍ଣ୍ଣ ଚାର୍ଜ ରହିଥିବା ଜଣାଯାଇଛି।   ଏହାବାଦ ବିବାହ ସମୟରେ ସୁରକ୍ଷା ବ୍ୟବସ୍ଥା ସମ୍ଭାଳିବାକୁ ଜୟପୁରରୁ ୧୦୦ ବାଉନ୍ସର ପହଞ୍ଚିଥିବା ଜଣାଯାଇଛି । ଏହା ବ୍ୟତୀତ ସେଠାକାର ସ୍ଥାନୀୟ ପୋଲିସ ଠାରୁ ମଧ୍ୟ ସହାୟତା ନିଆଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।