You are currently viewing କରୋନା କବଳରୁ ସୁସ୍ଥ ହେବାପରେ ବି ନୁହଁନ୍ତି ବିପଦମୁକ୍ତ

କରୋନା କବଳରୁ ସୁସ୍ଥ ହେବାପରେ ବି ନୁହଁନ୍ତି ବିପଦମୁକ୍ତ

କୋଭିଡ ୧୯ର ରୋଗକୁ ପୁରା ମୂଳରୁ ଶେଷ କରିବା ପାଇଁ ଏକ ଭ୍ୟାକ୍ସିନ୍ ର ଆବଶ୍ୟକତା ରହିଛି । ଯାହାକି ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇ ପାରିନାହିଁ । କିନ୍ତୁ ଯଦି ଡାକ୍ତରଙ୍କ ବିନା ପରାମର୍ଶରେ ରୋଗୀଙ୍କୁ ଓøଷଧ ଏବଂ ଆଣ୍ଟିବାୟୋଟିକ ଦିଆଯାଏ ନାହିଁ, ତେବେ ପମ୍ଳୋନରୀ ଫାଇବ୍ରୋସିସ ନାମକ ବିପଦଜନକ ରୋଗର ଶିକାର ହୋଇପାରନ୍ତି ରୋଗୀ । କରୋନା ଭାଇରସ ଫୁସଫୁସକୁ ବହୁତ ଜଲ୍‌ଦୀ ନଷ୍ଟ କରିଦିଏ ଯାହା ଦ୍ୱାରା ଫାଇବ୍ରୋସିସ ରୋଗ ହୋଇଥାଏ ।
ନିକଟରେ ମଧ୍ୟପ୍ରଦେଶର ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରଭୁରାମ ଚୌଧୁରୀଙ୍କ ଫୁସଫୁସରେ ସମସ୍ୟା ଯୋଗୁଁ ତାଙ୍କୁ ହସପିଟାଲ ରେ ଭର୍ତ୍ତି କରାଯାଇଥିଲା । କରୋନା ଭାଇରସରୁ ସୁସ୍ଥ ହେବା ପରେ ଜଣାଗଲା ଯେ, ସେ ଫାଇବ୍ରୋସିସର ଶିକାର ହୋଇଛନ୍ତି ।


ଫାଇବ୍ରୋସିସ ରୋଗ କ’ଣ ?
ଏହି ରୋଗରେ ବ୍ୟକ୍ତିଙ୍କ ଫୁସଫୁସର ଟିସୁ ନଷ୍ଟ ହୋଇଯାଏ । କୋଭିଡ ୧୯କ୍ଷେତ୍ର ଫୁସଫୁସ ଜୀବାଣୁ ଦ୍ୱାରା ଖରାପ ହୋଇଥାଏ । ପମ୍ଳୋନରୀ ଫାଇବ୍ରୋସିସରେ ଆନ୍ତରିକ ଟିସୁ ଶକ୍ତ ହେବା କାରଣରୁ ରୋଗୀକୁ ଶ୍ୱାସକ୍ରିୟାରେ ଅସୁବିଧା ହୋଇଥାଏ । ଧୀରେ ଧୀରେ ରୋଗୀର ଶରୀରରେ ଅମ୍ଳଜାନର ମାତ୍ରା କମିଯାଏ । ତେଣୁ କରୋନା ଭାଇରସ ଚିକିତ୍ସା ବେଳେ ଡାକ୍ତରଙ୍କୁ ଫୁସଫୁସର ରକ୍ଷ। କରିବାକୁ ହୋଇଥାଏ । ଡାକ୍ତରଙ୍କ କହିବା କଥା ହେଲା ଯେ, ଏହା ଫୁସଫୁସକୁ ନଷ୍ଟ କରିଦିଏ ତେଣୁ କରୋନା ଭାଇରସରୁ ସୁସ୍ଥ ହେବା ପରେ ମଧ୍ୟ ଏହାର ଔଷଧକୁୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ସେବନ କରିବା ଉଚିତ୍ । ଏହି ରୋଗ ଅନ୍ୟାନ୍ୟ କାରଣରୁ ମଧ୍ୟ ହୋଇପାରେ ଯେପରି, ରେସ୍ପିରେଟରୀ ଇନଫେକ୍ସନ, କ୍ରନିକ ଡିଜିଜ, ମେଡିକେନ୍‌ଶସ ଇତ୍ୟାଦି ।

ଅନ୍ୟମାନଙ୍କୁ ଜଣାନ୍ତୁ।