You are currently viewing ପ୍ରଦୂଷିତ ବାୟୁରୁ ରକ୍ଷା ପାଇଵା ପାଇଁ ଆପଣାନ୍ତୁ ଏସବୁ ଉପାୟ 

ପ୍ରଦୂଷିତ ବାୟୁରୁ ରକ୍ଷା ପାଇଵା ପାଇଁ ଆପଣାନ୍ତୁ ଏସବୁ ଉପାୟ 

ବର୍ତମାନ ସାରା ବିଶ୍ୱରେ ବାୟୁ ପ୍ରଦୂଷଣ ଚରମ ସୀମାରେ ପହଂଚି ସାରିଛି କହିଲେ ଅତ୍ୟୁକ୍ତି ହେବନାହିଁ l ଯାହାକୁ ନେଇ ଏମ୍ସର ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଖୁବ ଚିନ୍ତାରେ l ଶୀତଋତୁ ଆସିବା ମାତ୍ରକେ ଯେଭଳି ପୂଜାପର୍ବ ବଢି ଯାଇଥାଏ ସେହିଭଳି ଜଳବାୟୁ ପ୍ରଦୂଷଣ ମଧ୍ୟ ବଢି ଯାଇଥାଏ l କାହିଁକି ନା ପ୍ରତ୍ୟେକ ପୂଜାପର୍ବ ପାଇଁ ଲାଇଟ, ବାଣ ଓ ବାଜାର ଆୟୋଜନ ବର୍ତମାନ ଜୋରେ ହେଉଛି l ଯାହାଦ୍ୱାରା ଜଳବାୟୁ ମଧ୍ୟ ପ୍ରଦୂଷିତ ହେଉଛିl ସେହିଭଳି ଦୀପାବଳୀରେ ମଧ୍ୟ ବାଣ ଜଳାଇବା ଦ୍ୱାରା ଜଳବାୟୁ ପ୍ରଦୂଷିତ ହୋଇଥାଏ l 

ଏମ୍ସର ଚିକିତ୍ସକଙ୍କ ମତରେ ପ୍ରଦୂଷିତ ଜଳବାୟୁ କିଡ୍ନୀ ଓ ଲିଭର ସମସ୍ୟାର କାରଣ ହେଉଛି l ଯେପରିକି ମୂତ୍ର ମାର୍ଗ ସଂକ୍ରମଣ, କିଡ୍ନୀରେ ଷ୍ଟୋନ ସମ୍ବନ୍ଧୀୟ ସମସ୍ୟା ହେଉଛି, ଏହା କିଡ୍ନୀ ଉପରେ ଖରାପ ପ୍ରଭାବ ପକାଇବାର କାରଣ ହୋଇଥାଏ l ଏହାଛଡା ଲିଭର ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ମଧ୍ୟ ଦେଖିବାକୁ ମିଳୁଛି l ଖାଦ୍ୟ ହଜମ ନ ହେବା, ଅପଚ ସମସ୍ୟା ଇତ୍ୟାଦି ଅଧିକ ଦେଖିବାକୁ ମିଳୁଛି l ତେଣୁ ସେଥିପ୍ରତି ବିଶେଷ ସତର୍କ ରହିବା ଜରୁରୀl କାହିଁକି ନା ବିଷାକ୍ତ ଜଳବାୟୁ ମଣିଷକୁ ରୋଗଗ୍ରସ୍ତ କରାଇ ଦେଉଛିl ଏମ୍ସର ଚିକିତ୍ସକଙ୍କ ମତରେ ଏହି ସବୁଥିରୁ ନିଜକୁ ରକ୍ଷା କରିବା ପାଇଁ ଆୟୁର୍ବେଦ ହେଉଛି ଗୋଟିଏ ଭଲ ମାଧ୍ୟମ l ଆସନ୍ତୁ ଜାଣିବା ବାୟୁ ପ୍ରଦୂଷଣକୁ ନେଇ କ’ଣ କହୁଛି ଆୟୁର୍ବେଦ

 ତ୍ରିଫଳା

ଏମ୍ସ ଚିକିତ୍ସକଙ୍କ ମତରେ ତ୍ରିଫଳା ଆୟୁର୍ବେଦ ଜଡିବୁଟୀର ଗୋଟିଏ ଭଲ ସଂଯୋଜକ ଅଟେ l ଯାହା ଆପଣଙ୍କ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏl ଏବଂ କିଡ୍ନୀକୁ ପ୍ରାକୃତିକ ଉପାୟରେ ସଠିକ ଭାବରେ କାର୍ଯ୍ୟ କରିବାରେ ସୁଧାରି ଥାଏ l ତ୍ରିଫଳା ସେବନ ଦ୍ୱାରା କିଡ୍ନୀ ଓ ଲିଭର ମଜବୁତ ହୋଇଥାଏl ଏହାକୁ ସେବନ କରିବା ଦ୍ୱାରା ଶରୀରକୁ ଖୁବ ଏନର୍ଜି ମିଳିଥାଏl

ତୁଳସୀ

ତୁଳସୀ ଆଣ୍ଟି ଅକ୍ସିଡେଣ୍ଟ ଗୁଣରେ ଭରପୁର ଅଟେl ଏହା ମେଟାବୋଲିଯିମକୁ ବୃଦ୍ଧି କରି ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରିଥାଏl ତେଣୁ ନିୟମିତ କିଛି ତୁଳସୀ ପତ୍ରକୁ ପାଣିରେ ଫୁଟାଇ ଉଷୁମ ଥିବା ବେଳେ ସେବନ କରନ୍ତୁ l ଏହା ଉଭୟ କିଡ୍ନୀ ଓ ଲିଭରକୁ ସୁରକ୍ଷିତ ରଖିବ l ଏଥିସହିତ ଫୁସଫୁସ ମଧ୍ୟ ରୋଗ ମୁକ୍ତ ରହିବ l

 ଧନିଆ 

ଭାରତୀୟ ରୋଷେଇ ଘରର ଧନିଆ ଅନେକ ଔଷଧୀୟ ଗୁଣରେ ଭରପୁର ଅଟେ l ତେଣୁ ଏହାକୁ ନିୟମିତ ସେବନ କରିବା ଜରୁରୀ l ପ୍ରତିଦିନ ଧନିଆ ପାଣିକୁ ସେବନ କରିବା ଦ୍ୱାରା କିଡ୍ନୀ, ଲିଭର, ଫୁସଫୁସ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ l

 ଚନ୍ଦନ 

ପରିସ୍ରା ପୋଡା ପାଇଁ ଆୟୁର୍ବେଦରେ ଚନ୍ଦନ ପାଣି ସେବନ ପାଇଁ ପରାମର୍ଶ ଦିଆଯାଇଥାଏ l ଶାନ୍ତ ଓ ସୁଖଦାୟକ, ଚନ୍ଦନରେ ରୋଗଣୁରୋଧି ଗୁଣ ରହିଛି l ଏହା ୟୁଟିଆଇ ସମସ୍ୟାକୁ ଠିକ କରିବା ସହିତ କିଡ୍ନୀକୁ ବିଭିନ୍ନ ସମସ୍ୟାରୁ ରକ୍ଷା କରିଥାଏ l

 ଅଦା

ରୋଷେଇ ଘରର ଗୋଟିଏ ମୁଖ୍ୟ ଜିନିଷ ଅଦା l ଯାହାକି ଲିଭର ଓ କିଡ୍ନୀ ପାଇଁ ଖୁବ ହିତକର l ଏହାକୁ ସେବନ କରିବା ଦ୍ୱାରା ଲିଭର ଓ କିଡ୍ନୀ ଡିଟକ୍ସିଫାଇ ହୋଇଥାଏ l ଏଥିରେ ଥିବା ଆଣ୍ଟି ଇମ୍ଫ୍ଲାମେଟାରି ଗୁଣ କିଡ୍ନୀକୁ ସଂକ୍ରମିତ ହେବାରୁ ରକ୍ଷା କରିଥାଏ l ଏହାଛଡା ଫୁସଫୁସ କୁ ନିରୋଗୀ ରଖିବାରେ ସାହାଯ୍ୟ କରିଥାଏ l

ଅନ୍ୟମାନଙ୍କୁ ଜଣାନ୍ତୁ।