You are currently viewing ବର୍ଷା ଋତୁରେ ତ୍ୱଚାର ଯତ୍ନ

ବର୍ଷା ଋତୁରେ ତ୍ୱଚାର ଯତ୍ନ

ଆଜିକାଲି ସମସ୍ତେ ନିଜ କ୍ୟାରିଅରକୁ ନେଇ ବ୍ୟସ୍ତତା ଏବଂ ଚିନ୍ତିତ ରହୁଥିବା ବେଳେ ନିଜର ସ୍କିନ୍ ପ୍ରତି ଧ୍ୟାନ ଦେବାରେ ଅବେହଳ। କରିଥାନ୍ତି । ଆମେ ଜାଣିଛେ ଆମ ଋତୁ ଚକ୍ରରେ ୬ଟି ଋତୁ ଅଛି । ସେଥି ମଧ୍ୟରୁ ବର୍ଷା ଋତୁ ରହିଛି । ଆମେ ତ ସେମିତିରେ ସବୁବେଳେ ଆମ ତ୍ୱଚାର ଯତ୍ନ ନେଇଥାଉ ,କିନ୍ତୁ ବର୍ଷାଦିନେ ଆପଣ ସ୍କିନ୍‌ର ଯତ୍ନ ନେବା ଆବଶ୍ୟକ ହୋଇଥାଏ । ତେବେ କେମିତି ନେବା ତ୍ୱଚାର ଯତ୍ନ ??


ଆପଣ ବର୍ଷାଦିନେ ୭ରୁ୮ ଗ୍ଲାସ୍ ପାଣି ପିଅନ୍ତୁ , ଦେଖିବେ ଆପଣଙ୍କ ସ୍କିନ୍‌ରେ ଚମକ୍ ଆସିଯିବ । ବର୍ଷା ଋତୁରେ ଦୁଇଥରରୁ ଅଧିକ ଫେସ୍‌ଓା୍ୱସ୍ କରନ୍ତୁ ନାହିଁ ଏବଂ ନର୍ମାଲ ପାଣିରେ ବାରମ୍ବାର ଧୋଇପାରିବେ । ଗୋଟେ ସପ୍ତାହରେ ୨ରୁ୩ ଥର ବେସନ ବ୍ୟବହାର କରିପାରିବେ । ଯେଉଁମାନଙ୍କର ଅତ୍ୟଧିକ ଅଏଲି ସ୍କିନ୍ ସେମାନେ ବର୍ଷାଦିନେ ମୁଁହକୁ ଭଲରେ ଧୋଇଦେଲାପାରେ ଟୋନର ବ୍ୟବହାର କଲେ ସ୍କିନ୍‌ରେ ଥିବା ତେଲିଆ ଅଂଶକୁ ଦୁର କରିଥାଏ ।


ବର୍ଷା ଋତୁରେ ମଶ୍ଚରାଇଜର୍ ନିହାତି ବ୍ୟବହାର କରନ୍ତୁ ଜାହାକି ଆପଣଙ୍କ ସ୍କିନ୍‌କୁ ସୁର୍ଯ୍ୟରୁ ଆସୁଥିବା ଖରାପ କିରଣରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ଯେତେ ସମ୍ଭବ ବର୍ଷାଦିନେ ଆଣ୍ଟିବ୍ୟାକ୍ଟେରିଆ ଫେସ୍‌ଓା୍ୱସ୍ ବ୍ୟବହାର କରନ୍ତୁ । ବେସନ ହେଉ କି, ଗହମ ଅଟା କି, ଚନ୍ଦନର ଗୁଣ୍ଡ ଏହି ତିନୋଟି ମଧ୍ୟରୁ ଯେଉଁ ଗୋଟାଏ ସହିତ ଆପଣ ମହୁ,ଲେମ୍ବୁ ରସ,ଗୋଲାପଜଳ କୁ ମିଶେଇ ଗୋଟେ ଫେସ୍‌ପ୍ୟାକ ପ୍ରସ୍ତୁତ କରି ସଫା ମୁଁହରେ ଲଗେଇ ୭ରୁ୮ ମିନିଟ୍ ପରେ ଆସ୍ତେ ଆସ୍ତେ ମସାଜ କରି ନର୍ମାଲ ପାଣିରେ ଧୋଇଦେବେ, ଏଭଳି ମାସକୁ ୨ଥର ବର୍ଷା ଋତୁରେ କଲେ ତ୍ୱଚାର ସ୍ୱତନ୍ତ୍ର ଚମକ୍ ଦେଖାଯାଇଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।