You are currently viewing ଜାଣନ୍ତୁ କେଶରରେ ଥିବା କିଛି ଔଷଧୀୟ ଗୁଣ ସମ୍ପର୍କରେ…

ଜାଣନ୍ତୁ କେଶରରେ ଥିବା କିଛି ଔଷଧୀୟ ଗୁଣ ସମ୍ପର୍କରେ…

ଆୟୁର୍ବେଦରେ କେଶରର ବହୁତ ମହତ୍ୱ ରହିଛି । ଦୁନିଆର ମହଙ୍ଗା ମସଲା ମାନଙ୍କ ମଧ୍ୟରୁ କେଶର ହେଉଛି ଅନ୍ୟତମ । ଏହା ସାଧାରଣତ କ୍ଷୀର ଏବଂ କ୍ଷୀର ଭିତ୍ତିକ ରେସିପିରେ ବ୍ୟବହୃତ କରାଯାଏ । ଏହା କୁହାଯାଇଛି ଯେ, ଏହାର ବହୁ ଔଷଧୀୟ ଗୁଣ ରହିଛି ଯାହା ବିଭିନ୍ନ ରୋଗରୁ ଦୂରେଇ ରଖିପାରେ ।
କେଶରରୁ ମିଳୁଥିବା ତତ୍ୱ
ଏଥିରେ ଭରପୁର ମାତ୍ରାରେ ଫାଇବର, ପୋଟାସିୟମ, ଭିଟାମିନ ଏ, ସି ଇତ୍ୟାଦି ପ୍ରଚୁର ପରିମାଣରେ ରହିଛି । ଯାହା ଆପଣଙ୍କୁ ସୁସ୍ଥ ଏବଂ ଯବାନ ରହିବାରେ ସାହାର୍ଯ୍ୟ କରେ ।
. କେଶରରେ କ୍ରୋସିନ୍‌, କୋଲେରେକ୍ଟଲ ଭଳି ଗୁଣ ଥାଏ ଯାହା ଆମକୁ କର୍କଟ ରୋଗରୁ ରକ୍ଷା କରିଥାଏ ।


. ମୌସମ୍ ପରିବର୍ତ୍ତନ ଯୋଗୁଁ ଛୁଆଙ୍କୁ ଜଲ୍‌ଦୀ ଥଣ୍ଡା ହୋଇଯାଇଥାଏ । ଏହି ପରିସ୍ଥିତିରେ କେଶର ସହ କ୍ଷୀରର ଲେପ ବନେଇ ଛାତିରେ ଲଗାନ୍ତୁ । ଏହା ବହୁତ ସହାର୍ଯ୍ୟକାରୀ ସାବ୍ୟସ୍ତ ହେବ ।
. ଥଣ୍ଡା ଖାସରୁ ମୁକ୍ତି ପାଇବା ପାଇଁ ଏହାକୁ ପାନ ସହ ଖାଆନ୍ତୁ ।
. ଏହାକୁ ମୁଣ୍ଡ ବିନ୍ଧାରୁ ମୁକ୍ତି ପାଇବା ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ । ଆପଣ ଘିଅରେ କିଛି କେଶର ଏବଂ ଚିନି ମିଶାଇ ରାନ୍ଧି ଦିଅନ୍ତୁ ଏବଂ ଲଗାନ୍ତୁ । ଏଥିରୁ ଲାଭ ପାଇବେ ।
. ପେଟ ଯନ୍ତ୍ରଣା ପାଇଁ ୫୦୦ ଗ୍ରାମ ଚିନାବାଦାମ ପାଉଡରରେ ୬୫ ମିଲିଗ୍ରାମ କେଶର ମିଶାନ୍ତୁ ଏହା ପରେ, ଛୋଟ ଟାବ୍ଳେଟ ତିଆରି କରି ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ଏହାକୁ ଖାଆନ୍ତୁ ପେଟର ସମସ୍ୟା ଦୂର ହୋଇଯିବ ।
. କିଛି ଲୋକଙ୍କର ଅତ୍ୟଧିକ ରକ୍ତଚାପ ଏବଂ ଥକ୍କାପଣ ଯୋଗୁଁ ଠିକ୍‌ଭାବେ ନିଦ୍ରା ଆସିନଥାଏ । ଏହି ପରିସ୍ଥିତିରେ କେଶାର ସହ କ୍ଷୀର ପିଇବା ଦ୍ୱାରା ଠିକ୍ ଭାବେ ନିଦ୍ରା ହୋଇଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।