You are currently viewing ଉଜ୍ଜ୍ୱଳ ତ୍ୱଚା ପାଇଁ କରନ୍ତୁ ଏପରି…

ଉଜ୍ଜ୍ୱଳ ତ୍ୱଚା ପାଇଁ କରନ୍ତୁ ଏପରି…

ତ୍ୱଚା ପାଇଁ ସବୁ ବର୍ଗର ବ୍ୟକ୍ତି ଚିନ୍ତିତ । ସାଧାରଣତଃ ନିଜ ଶରୀର ତୁଳନାରେ ମୁହଁର ସୌନ୍ଦର୍ଯ୍ୟକୁ ସମସ୍ତେ ବେଶି ପ୍ରଧାନ୍ୟ ଦେଇଥାନ୍ତି । ଏଥିପାଇଁ ଅନେକ ସମୟରେ ପାର୍ଲର ଓ ଡ୍ରାମାଟୋଲୋଜିଷ୍ଟ ପାଖକୁ ଯାଇ ବହୁତ ପଇସା ଉଡ଼ାଇଥାନ୍ତି କିଛି ବ୍ୟକ୍ତି । ନିଜ ତ୍ୱଚା ଓ ଶରୀରରେ ରାସାୟନିକ ପଦାର୍ଥ ବ୍ୟବହାର କରିବା ଅପେକ୍ଷା ଘରୋଇ ଉପଚାର କରନ୍ତୁ, ଦେଖିବେ ତ୍ୱଚା ସୁନ୍ଦର ଦେଖାଯିବା ସହ ଗ୍ଲୋ ମଧ୍ୟ କରିବ । ନିଜର ଦୈନନ୍ଦିନ ଜୀବନରେ କିଛିଟା ଛୋଟ ଛୋଟ ଉପରେ ଧ୍ୟାନ ଦିଅନ୍ତୁ, ଦେଖିବେ ଆପଣଙ୍କୁ ମଧ୍ୟ ଆଉ ପାର୍ଲର କିମ୍ବା ଅନ୍ୟକାହାର ସହାୟତା ନେବାକୁ ପଡ଼ିବ ନାହିଁ ।


୧. ସବୁଦିନ ସକାଳୁ ଉଠି ଖାଲି ପେଟରେ ୨ ଗ୍ଲାସ ପାଣି ପିଅନ୍ତୁ । ଦେଖିବେ କିଛି ଦିନ ଭିତରେ ତ୍ୱଚା ସ୍ୱଚ୍ଛ ଦେଖାଯିବା ସହ ଗ୍ୟାସ ସମସ୍ୟା ମଧ୍ୟ ଦୂରେଇ ଯିବ ।
୨. ଦୈନିକ ଖାଇବା ସମୟରେ ଅଳ୍ପ ପରିମାଣରେ ଦହି କିମ୍ବା ସାଲଡ଼ ନିଜ ଖାଇବାରେ ବ୍ୟବହାର କରନ୍ତୁ । ଏମିତି କରିବା ଦ୍ୱାରା ତ୍ୱଚାର ଚମକ ଆସିବା ସହ ଶରୀରର ମେଦ ମଧ୍ୟ କମିବ ।
୩. ଦିନରେ ଦୁଇଥର ନିଜର ମୁହଁକୁ ଫେସୱାସ କିମ୍ବା କିଛି ଘରୋଇ ଉପାୟରେ ସଫା କରନ୍ତୁ । ଏହା କରିବା ଦ୍ୱାରା ତ୍ୱଚାରେ ଥିବା ତେଇଆ ଅଂଶ କମ୍ ହେବ ଏବଂ ଯଦି ମୁହୌଁରେ ବ୍ଲାକ ହେର୍ଡ଼ ଅଛି, ତାହା ମଧ୍ୟ ଧିରେ ଧିରେ କମିଯିବ ।


୪. ନିଜ ବାଡ଼ି କିମ୍ବା ବଗିଚାରେ ଯଦି ଆଲୋଭେରା ଗଛ ଥାଏ, ତେବେ ଗାଧୋଇବା ପୂର୍ବରୁ ଅଳ୍ପ ମାତ୍ରରେ ଆଣି ୧ମିନିଟ୍ ପର୍ଯ୍ୟନ୍ତ ମୁହଁରେ ଘଷନ୍ତୁ । ପରେ ଥଣ୍ଡା ପାଣିରେ ଧୋଇନେବେ । ଏଭଳି କଲେ ସନ୍ ଟ୍ୟାନ ଦୂର ହେବାସହ ତ୍ୱଚା ଗ୍ଲୋ ମଧ୍ୟ କରିବ ।
୫. ସବୁଠାରୁ ମୁଖ୍ୟ ଜିନିଷ ହେଲା ନିଦ୍ରା । ଆବଶ୍ୟକ ମାତ୍ରାରେ ନିଜକୁ ରେଷ୍ଟ ଦିଅନ୍ତୁ । ଏହାଦ୍ୱାରା ଚର୍ମ କୁଞ୍ଚନ ହେବ ନାହିଁ । ଶରୀର ଏବଂ ମୁହଁ ସତେଜ ଦେଖାଯିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।