You are currently viewing ଦାନ୍ତବିନ୍ଧାରୁ ଉପଶମ ପାଇବା ପାଇଁ କିଛି ଘରୋଇ ଉପଚାର…

ଦାନ୍ତବିନ୍ଧାରୁ ଉପଶମ ପାଇବା ପାଇଁ କିଛି ଘରୋଇ ଉପଚାର…

ଦାନ୍ତ ବିନ୍ଧା ଆଜିକାଲି ଏକ ସାଧାରଣ ସମସ୍ୟା ହୋଇଗଲାଣି। ଏଥିରୁ ଆରାମ ପାଇବା ପାଇଁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଇବା ଆବଶ୍ୟକ । ହେଲେ ଏପରି କେତେକ ଘରୋଇ ଉପଚାର ରହିଛି, ଯାହା ଦାନ୍ତ ବିନ୍ଧା ସମସ୍ୟାକୁଦୂର କରିପାରିଥାଏ।
. କିଛି ଗୋଲମରିଚ ଏବଂ ଲୁଣ ସହ ସାମାନ୍ୟ ପାଣି ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଯେଉଁ ଯାଗାରେ ଦାନ୍ତ ବିନ୍ଧୁଛି ସେହି ସ୍ଥାନରେ ଏହି ପେଷ୍ଟକୁ ଲଗାଇ କିଛି ସମୟ ଛାଡି ଦିଅନ୍ତୁ। ଏହାଦ୍ୱାରା ଦାନ୍ତ ବିନ୍ଧାରୁ ଉପଶମ ମିଳିଥାଏ।
. ଲବଙ୍ଗରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଭରି ରହିଛି। ଏହା ଜୀବାଣୁକୁ ନଷ୍ଟ କରିଥାଏ ଓ ପୀଡାକୁ ଉପଶମ ଦେଇଥାଏ। ଅଳ୍ପ ଲବଙ୍ଗକୁ ଗ୍ରାଇଣ୍ଡିଂ କରି ସେଥିରେ ଅଳ୍ପ ଅଲିଭ ଅଏଲ ମିଶାଇ ପେଷ୍ଟକୁ ବିନ୍ଧୁଥିବା ଦାନ୍ତ ଜାଗାରେ ଲଗାଇଲେ ଦାନ୍ତ ବିନ୍ଧାରୁ ଉପଶମ ମିଳିଥାଏ।

. ବିନ୍ଧୁଥିବା ଦାନ୍ତମୂଳରେ ଛୋଟ କଟା ପିଆଜ ରଖିଲେ ଉପଶମ ମିଳିଥାଏ।

ଅନ୍ୟମାନଙ୍କୁ ଜଣାନ୍ତୁ।