ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଆଜି ଦେଶର ନୂତନ ଜାତୀୟ ଶିକ୍ଷା ନୀତି ଉପରେ ନିଜର ଅଭିଭାଷଣ ରଖିଛନ୍ତି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ଵାରା ଆୟୋଜିତ ସଭାରେ ଉଦବୋଧନ ଦେଇ କହିଛନ୍ତି ଯେ, ପ୍ରାୟ ତିନିରୁ ଚାରି ବର୍ଷର ପରୀକ୍ଷା ଓ ତର୍ଜମା କୁ ଭିତ୍ତି କରି ନୂତନ ଶିକ୍ଷା ନୀତି ଅନୁମୋଦନ କରାଯାଇଛି। ଏହି ବ୍ୟବସ୍ଥା କିଭଳି ସୁଦୃଢ ଓ ସଠିକ୍ ଭାବରେ ପ୍ରଚଳନ ହେବ ସେଥିପାଇଁ ସମସ୍ତ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ମୋଦି ପ୍ରତିଶ୍ରୁତି ଦେଇଛନ୍ତି। ଭାରତକୁ ଶକ୍ତିଶାଳୀ କରାଇବା ଦିଗରେ ନୂତନ ପିଢୀଙ୍କ ଶିକ୍ଷା ଅତ୍ୟନ୍ତ ଜରୁରୀ।