You are currently viewing ଆଜି ଦେଶରେ ୧୨ ହଜାର ୬୮୯ କୋରୋନା ଆକ୍ରାନ୍ତ ଚିହ୍ନଟ

ଆଜି ଦେଶରେ ୧୨ ହଜାର ୬୮୯ କୋରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ଦେଶରେ ଦିନକରେ ୧୨ ହଜାର ୬୮୯ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା ୧ କୋଟି ୬ ଲକ୍ଷ ୮୯ ହଜାର ୫୨୭କୁ ବୃଦ୍ଧି ପାଇଛି । ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୧୩୭ ଜଣଙ୍କ ଜୀବନ । ଏହାକୁ ମିଶାଇ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୩ ହଜାର ୭୨୪କୁ ବୃଦ୍ଧି ପାଇଛି । ଦେଶରେ ମୋଟ ଆକ୍ଟିଭ କେସ୍- ୧,୭୬,୪୯୮, ସୁସ୍ଥ ସଂଖ୍ୟା -୧,୦୩,୫୯,୩୦୫ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।