You are currently viewing ନଦୀରେ ଭାସିଯାଇ ୮ ମୃତ

ନଦୀରେ ଭାସିଯାଇ ୮ ମୃତ

କୋଲକାତା (୬.୧୦.୨୨) : ମୂର୍ତ୍ତି ବିସର୍ଜନ ବେଳେ ନଦୀରେ ଭାସିଯାଇ ୮ ଜଣଙ୍କ ମୃତ୍ୟୁ ହୋଇଛି । ପଶ୍ଚିମବଙ୍ଗ ଜଲପାଇଗୁଡି ମାଲ ନଦୀରେ ଏହି ଅଘଟଣ ଘଟିଛି । ବିଜୟା ଦଶମୀ ଅବସରରେ ମା ଦୁର୍ଗାଙ୍କ ମୃର୍ତ୍ତି ବିସର୍ଜନ ବେଳେ ହଠାତ ବନ୍ୟା ପାଣି ମାଡି ଆସିଥିଲା । ଏଥିରେ ଅନେକ ଲୋକ ନିଖୋଜ ହୋଇଛନ୍ତି । ଏନଡିଆରଏଫ ତରଫରୁ ଖୋଜା ଖୋଜି ଚାଲିଛି । ମାଲ ନଦୀରେ ବୁଧବାର ରାତି ୯ଟା ବେଳେ ମା’ ଦୁର୍ଗାଙ୍କ ବିସର୍ଜନ ଉତ୍ସବ ଚାଲିଥିବା ବେଳେ ଲଗୁଚାପ ବର୍ଷା ଯୋଗୁଁ ମାଲ ନଦୀରେ ବନ୍ୟାଜଳ ଆସିଥିଲା । ଏଠାରେ ଶତାଧିକ ଲୋକ ମୃର୍ତ୍ତି ଭସାଣ କରୁଥିଲେ । ୧୦୦ରୁ ଅଧିକ ଲୋକ ଭାସିଯାଇଥିଲେ । ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ୮ ଜଣଙ୍କର ମୃତ ଦେହ ଉଦ୍ଧାର ହୋଇଛି । ମୃତକଙ୍କ ମଧ୍ୟରେ ୪ ମହିଳା ଥିବା ଜଣା ପଡିଛି । ତେବେ ଭାସି ଯାଇଥିବା ଲୋକମାନଙ୍କ ମଧ୍ୟରୁ ୭୦ ଜଣଙ୍କୁ ଉଦ୍ଧାର କରାଯାଇଛି । ୩୦ରୁ ୪୦ ଜଣ ଏବେ ମଧ୍ୟ ନିଖୋଜ ଅଛନ୍ତି । ପୋଲିସ ଏବଂ ସ୍ଥାନୀୟ ପ୍ରଶାସନ ତରଫରୁ ଚାଲିଛି ଉଦ୍ଧାର କାର୍ଯ୍ୟ।  ନଦୀର ତଳିଆ ଅଂଚଳରେ ଖୋଜାଖୋଜି ଚାଲିଛି  । ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି ।ବିଜୟା ଦଶମୀ ଅବସରେ ଗତକାଲି ପଶ୍ଚିମବଂଗ ଜଲପାଇଗୁଡ଼ିରେ ଭସାଣ ଉତ୍ସବ ଚାଲିଥିଲା।  ଭସାଣ ଚାଲିଥିବାବେଳେ ରାତି ପ୍ରାୟ ସାଢେ ୮ଟା ସମୟରେ ଘଟିଥିଲା ଏହି ଅଘଟଣ । ଉଦ୍ଧାର ହୋଇଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରୁ ୧୩ ଜଣ ଆହତ ହୋଇଛନ୍ତି।  ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।   


ଅନ୍ୟମାନଙ୍କୁ ଜଣାନ୍ତୁ।