You are currently viewing ବିରୁଷ୍କାଙ୍କ ଘରକୁ ଆସିଲେ ନୂଆ ଅତିଥି

ବିରୁଷ୍କାଙ୍କ ଘରକୁ ଆସିଲେ ନୂଆ ଅତିଥି

ମୁମ୍ବାଇ: ବିରୁଷ୍କା ଦମ୍ପତିଙ୍କ ଘରକୁ ଆସିଲେ ନୂଆ ଅତିଥି |ଆଜି ଅପରାହ୍ନରେ ଏକ କନ୍ୟା ସନ୍ତାନର ବାପା ମାଆ ହୋଇଛନ୍ତି ବିରୁଷ୍କା |ଏନେଇ ନିଜେ ଟ୍ବିଟ୍‌ କରି ସୂଚନା ଦେଲେ ବିରାଟ କୋହିଲ |

ସୋସିଆଲ ମିଡିଆରେ ବିରାଟ ଲେଖିଛନ୍ତି ,ଆମେ ଖୁସିର ସହ ଜଣାଉଛୁ ଯେ ,ଭଗବାନଙ୍କ ଆଶୀର୍ବାଦରୁ ଆଜି ଅପରାହ୍ନରେ ଆମେ ଏକ କନ୍ୟା ସନ୍ତାନର ବାପା ମାଆ ହୋଇଛୁ |ଆପଣଙ୍କ ଭଲପାଇବା ,ପ୍ରାର୍ଥନା ,ଶୁଭେଚ୍ଛା ପାଇଁ ଅନେକ ଅନେକ ଧନ୍ୟବାଦ |ପତ୍ନୀ ଅନୁଷ୍କା ଓ ବେବି ଉଭୟ ସୁସ୍ଥ ଅଛନ୍ତି |ଆମେ ଆମ ଜୀବନରେ ନୂଆ ଅଧ୍ୟାୟ ଖୋଲିବାକୁ ଯାଉଛୁ |ସେଥିପାଇଁ ଆମେ ଉଭୟେ ବହୁତ ଖୁସି ଅଛୁ |

ଅନ୍ୟମାନଙ୍କୁ ଜଣାନ୍ତୁ।