ମହାରାଷ୍ଟ୍ର (2.5.23):ଏନସିପି ନେତା ଶରଦ ପାୱାର ଦଳର ଅଧ୍ୟକ୍ଷ ପଦ ଛାଡିବା ନେଇ ଘୋଷଣା କରିଛନ୍ତି । ଶରଦ ପାୱାରଙ୍କ ଇସ୍ତଫା ଘୋଷଣା ପରେ ଭାବୁକ ହୋଇପଡିଛନ୍ତି ଜୟନ୍ତ ପାଟିଲ । ସେ କହିଛନ୍ତି, ଶରଦ ପାୱାର ଏଭଳି ଭାବେ ଇସ୍ତଫା ଦେବା କଥା ନୁହେଁ । ପାୱାରଙ୍କ ନିଷ୍ପତ୍ତି ଜୟନ୍ତ ପାଟିଲଙ୍କର ପସନ୍ଦ ନୁହେଁ ବୋଲି ସେ କହିଛନ୍ତି । ପାୱାରଙ୍କ ବିନା ଜନତାଙ୍କ ପାଖକୁ କିଭଳି ଯିବେ ବୋଲି ଜୟନ୍ତ ପାଟିଲ କହିଛନ୍ତି । ଏହାସହ ଦଳୀୟ କାର୍ଯ୍ୟରେ ପାୱାର ଯୋଡି ହୋଇ ରୁହନ୍ତୁ ବୋଲି ଜୟନ୍ତ ପାଟିଲ ଅନୁରୋଧ କରିଛନ୍ତି ।ସେପଟେ ଶରଦ ପାୱାରଙ୍କ ଇସ୍ତଫା ପରେ ମହାରାଷ୍ଟ୍ର ବିଧାନସଭାର ବିରୋଧୀଦଳ ନେତା ତଥା ଶରଦ ପାୱାରଙ୍କ ଭଣଜା ଅଜିତ ପାୱାର କହିଛନ୍ତି , ଶରଦ ପାୱାର ଦଳର ଅଧ୍ୟକ୍ଷ ପଦରେ ରହିବାର ଆବଶ୍ୟକତା ରହିଛି । ଏହାସହ ଶରଦ ପାୱାର ଦଳୀୟ କମିଟିର ନିଷ୍ପତ୍ତିକୁ ଗ୍ରହଣ କରିବା ଦରକାର ବୋଲି ସେ କହିଛନ୍ତି । ଏହାକୁ ନେଇ ପ୍ରଥମେ କମିଟି ମଧ୍ୟରେ ଚର୍ଚ୍ଚା ହେବ ଓ କମିଟି ଯାହା ନିଷ୍ପତ୍ତି ନେବ ତାହା ଶରଦ ପାୱାର ଗ୍ରହଣ କରନ୍ତୁ ବୋଲି ଅଜିତ ପାୱାର କହିଛନ୍ତି । ଅନ୍ୟପଟେ ଛଗନ ଭୁଜବଳ କହିଛନ୍ତି କି ଶରଦ ପାୱାର ଏନସିପିର ଅଧ୍ୟକ୍ଷ ପଦରେ ରହିବା ଦରକାର ।
ବାହାନଗା ସ୍କୁଲ୍ରେ ହେବ ଶୁଦ୍ଧିକରଣଉନ୍ମୋଚନ ହେଲା ଓଡ଼ିଶା ଆମ୍ବ ଲୋଗୋଯାଜପୁର କଳିଙ୍ଗନଗର ଡୁବୁରୀ ଛକରେ ଭୟାବହ ଅଗ୍ନିକାଣ୍ଡଆଜି ମହାପ୍ରଭୁଙ୍କ ଅଣସର ସେବାର ଚତୁର୍ଥ ଦିନୟୁଟ୍ୟୁବର ‘ଅନ୍ ଟାଲେଣ୍ଟେଡ୍ ଗାଏ’ର ଚ୍ୟାନେଲ ବ୍ୟାନ୍ଗାଧୋଇବାବେଳେ ପୋଖରୀରେ ବୁଡ଼ି ୨ ମହିଳା ମୃତଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳଯାତ୍ରୀଙ୍କୁ ନେଇ ପୁରୀରୁ କୋଲକାତା ଯାଉଥିବା ବସ୍ ଅଟକମୋଦୀଙ୍କ ପାଖକୁ ସ୍ୱତନ୍ତ୍ର କିସମର ଆମ୍ବ ପଠାଇଲେ ମମତା ବାନାର୍ଜୀଦୂରଦର୍ଶନର ପ୍ରଥମ ଇଂରାଜୀ ନ୍ୟୁଜ୍ ଆଙ୍କର ଗୀତାଞ୍ଜଳି ଆୟରଙ୍କ ପରଲୋକ