You are currently viewing ରାଜସ୍ଥାନ ରାଜନୀତିରେ ପୁଣି ଝଡ଼

ରାଜସ୍ଥାନ ରାଜନୀତିରେ ପୁଣି ଝଡ଼

ରାଜସ୍ତାନ ବିଧାନସଭାର ବାଚଷ୍ପତି ସଚିନ ପାଇଲଟଙ୍କ ସମର୍ଥକମାନଙ୍କ ସଭ୍ୟପଦ ରଦ୍ଦ କରିବା ପାଇଁ ନୋଟିସ କରିଥିବାବେଳେ, ଏହା ବିରୁଦ୍ଧରେ ରାଜସ୍ଥାନ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ସଚିନ ପାଇଲଟ ଓ ତାଙ୍କ ସମର୍ଥକ । ରାଜସ୍ଥାନରେ ରାଜନୀତିର ହଟଚମଟ ଲାଗି ରହିଥିବାବେଳେ, ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡ଼ି) ପକ୍ଷରୁ ଚଢ଼ାଉ କରାଯାଇଛି । ଇଡ଼ିର ଅଧିକାରୀମାନେ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭାଇ ଅଗ୍ରେସନ ଗେହଲଟଙ୍କ ଘର ଓ ଫାର୍ମ ହାଉସରେ ଚଢ଼ାଉ କରିଛନ୍ତି ।

ଏପରିକି ଗେହଲଟଙ୍କ କିଛି ସମ୍ପର୍କିୟଙ୍କ ଘର ମଧ୍ୟ ଚଢ଼ାଉରୁ ବାଦ ପଡ଼ିନଥିବା ସୂଚନା ମିଳିଛି । ରାଜସ୍ଥାନରେ ଏହାକୁ ନେଇ ପୁଣି ରାଜନୈତିକ ଝଡ଼ ଆରମ୍ଭ ହୋଇଛି । ରାଜ୍ୟରେ ବିଜେପି ପକ୍ଷରୁ କଂଗ୍ରେସ ସରକାରଙ୍କୁ ଭାଙ୍ଗିବା ପାଇଁ ଚେଷ୍ଟା କରାଯାଉଛି ବୋଲି କଂଗ୍ରେସ ଅଭିଯୋଗ କରୁଥିବାବେଳେ, ମୁଖ୍ୟମନ୍ତ୍ରୀଙ୍କ ଘରେ ଏପରି ଚଢ଼ଉକୁ ରାଜନୈତିକ ବିଶାରଦ ମାନେ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।