ଆଜି ସର୍ବଦଳୀୟ ବୈଠକ, କାଲିଠୁ ସ୍ୱତନ୍ତ୍ର ଅଧିବେଶନ

ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ସଂସଦର ସ୍ୱତନ୍ତ୍ର ଅଧିବେଶନ। ଆଜି ବସିବ ସର୍ବଦଳୀୟ ବୈଠକ। ସଂସଦ ଅଧିବେଶନର ସୁପରିଚାଳନା ଲାଗି ବିରୋଧୀ ଦଳଙ୍କ ସହାୟତା ଲୋଡିବେ ସରକାର। ୫ ଦିନ ଧରି ଚାଲିବ ଏହି ଅଧିବେଶନ। ଏଥିରେ ସଂସଦର ୭୫ ବର୍ଷର ଇତିହାସ ସମ୍ପର୍କରେ ଆଲୋଚନା ହେବ। ବିଭିନ୍ନ ସଫଳତା, ଅଭିଜ୍ଞତା, ସ୍ମୃତି, ଅନୁଭୂତି ଆଦି ସମ୍ପର୍କରେ ଆଲୋଚନା ହେବ।

ଏହା ସହ 4ଟି ବିଲକୁ ମଞ୍ଜୁରୀ ଦିଆଯିବ ବୋଲି ମିଳିଛି ସୂଚନା। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିଯୁକ୍ତି ସଂକ୍ରାନ୍ତ ବିଲ୍, ଡାକଘର ବିଲ, ଆଡଭୋକେଟ ସଂଶୋଧନ ବିଲ୍, ପ୍ରେସ ଓ ପଞ୍ଜିକରଣ ବିଲକୁ ମଧ୍ୟ ମଞ୍ଜୁରୀ ମିଳିବ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.