You are currently viewing ଆଜି ଛତିଶଗଡ଼ର ଏବଂ ମିଜୋରାମରେ ମତଦାନ: ୬୦ ହଜାର ସୁରକ୍ଷା କର୍ମୀ ମୁତୟନ

ଆଜି ଛତିଶଗଡ଼ର ଏବଂ ମିଜୋରାମରେ ମତଦାନ: ୬୦ ହଜାର ସୁରକ୍ଷା କର୍ମୀ ମୁତୟନ

ନୂଆଦିଲ୍ଲୀ: ଆଜି ଛତିଶଗଡ ଏବଂ ମିଜୋରାମରେ ମତଦାନ। ପ୍ରଥମ ପର୍ଯ୍ୟାୟରେ ଛତିଶଗଡରେ ୨୦ଟି ଆସନରେ ଭୋଟ ଗ୍ରହଣ କରାଯିବା ବେଳେ ଅନ୍ୟପକ୍ଷେ ମିଜୋରାମରେ ୪୦ଟି ଆସନରେ ମତଦାନ କରାଯିବ। ଅନେକ ନକ୍ସଲ ଉପଦ୍ରୁତ ଅଞ୍ଚଳରେ ମଧ୍ୟ ମତଦାନ ହେଉଥିବାରୁ ୬୦ହଜାର ସୁରକ୍ଷାକର୍ମୀ ଏଠାରେ ମୁତୟନ କରାଯାଇଥିବା ନିର୍ବାଚନ ଅଧିକାରୀ କହିଛନ୍ତି। ଶୃଙ୍ଖଳିତ ଭାବେ ମତଦାନ ଗ୍ରହଣ ପାଇଁ ଏଠାରେ ୨୫,୪୨୯ କର୍ମଚାରୀଙ୍କୁ ଏଠାରେ ନିୟୋଜିତ କରାଯାଇଛି। 

ସୂଚନା ଥାଉ କି, ଛତିଶଗଡର ଯେଉଁ ୨୦ଟି  ଆସନରେ ଆଜି ମତଦାନ ହେବ ସେଥିରୁ ୧୯ଟି ଆସନ କଂଗ୍ରେସ ଅଧିନରେ ରହିଛି। ଏହି ୧୯ ଆସନ ମଧ୍ୟରୁ ୨ଟି ଆସନରେ ଉପନିର୍ବାଚନରେ କଂଗ୍ରେସ ଜିତିଛି। ସେହିପରି ମିଜୋରାମରେ ମଧ୍ୟ ଶୃଙ୍ଖଳିତ ନିର୍ବାଚନ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୀମାକୁ ଲାଗଥିବା ମିଆଁମାର ଏବଂ ବାଙ୍ଗଲାଦେଶ ବର୍ଡରକୁ ପୁରା ସିଲ କରାଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।