You are currently viewing ପୁଣି ଫ୍ରିଜରେ ଶବ, ୭ ମାସ ପରେ ପର୍ଦ୍ଦାଫାଶ କଲା ପୋଲିସ

ପୁଣି ଫ୍ରିଜରେ ଶବ, ୭ ମାସ ପରେ ପର୍ଦ୍ଦାଫାଶ କଲା ପୋଲିସ

ଆସାମ(୨୧.୨.୨୩) : ସ୍ୱାମୀ ଓ ଶାଶୁଙ୍କୁ ହତ୍ୟାକରି ଫ୍ରିଜରେ ରଖିଥିଲା ଅଭିଯୁକ୍ତ । ଆସାମର ରାଜଧାନୀ ଗୌହାଟିରୁ ଏପରି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡର ଖବର ଆସିଛି । ଦିଲ୍ଲୀର ବହୁ ଚର୍ଚ୍ଚିତ ଶ୍ରଦ୍ଧା ୱାଲକର ହତ୍ୟାକାଣ୍ଡ ଏବଂ ନିକି ଯାଦବ ହତ୍ୟାକାଣ୍ଡ ଭଳି ଫ୍ରିଜରେ ମୃତଦେହ ଲୁଚାଇ ରଖିଥିଲା ଜଣେ ମହିଳା । ପରକୀୟା ପ୍ରୀତିକୁ ନେଇ ଗୌହାଟିର ଜଣେ ମହିଳା, ନିଜ ସ୍ୱାମୀ ଓ ଶାଶୁଙ୍କୁ ହତ୍ୟା କରି ମୃତଦେହକୁ ଫ୍ରିଜରେ ତିନି ଦିନ ଲୁଚାଇ ରଖିଥିଲେ । ୨୦୨୨ ଅଗଷ୍ଟରେ ଘଟିଥିବା ଏହି ପୈଶାଚିକ କାଣ୍ଡର ପର୍ଦ୍ଦାଫାଶ ଏବେ କରିଛି ଗୌହାଟି ପୁଲିସ । ଫେବୃୟାରୀ ୧୭ରେ ଅଭିଯୁକ୍ତ ବନ୍ଦନା କଲିତାଙ୍କୁ ପୁଲିସ ଉଠାଇ ଜେରା କରିବା ପରେ ପ୍ରକୃତ ସତ ସାମ୍ନାକୁ ଆସିଛି । ଗୌହାଟିର ଅମରଜ୍ୟୋତି ଦେ ଓ ତାଙ୍କ ମାଆ ଶଙ୍କରୀ ଦେଙ୍କୁ ହତ୍ୟା କରିଥିବା ପୁଲିସ ଆଗରେ ମାନିଛି ଅଭିଯୁକ୍ତ ବୋହୂ ବନ୍ଦନା କଲିତା । ଅଭିଯୁକ୍ତଙ୍କଠାରୁ ପୂରା କାହାଣୀ ଶୁଣି ଗୌହାଟି ପୁଲିସ ମଧ୍ୟ ଚକିତ ହୋଇଯାଇଛି । ପୁଲିସ ଆଗରେ ବନ୍ଦନା ଦେଇଥିବା ବୟାନ ଅନୁସାରେ ପରକୀୟା ପ୍ରୀତିରେ ବାଧକ ସାଜୁଥିବା ସ୍ୱାମୀ ଅମରଜ୍ୟୋତି ଦେ ଓ ଶାଶୂଙ୍କୁ ରାସ୍ତାରୁ ହଟାଇବାକୁ ସେ ଯୋଜନା କରିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।