You are currently viewing ନଗଦ ୨୦ହଜାର ଟଙ୍କା ସହ ୮ ବାଇକ ଜବତ, ୩ ଗିରଫ

ନଗଦ ୨୦ହଜାର ଟଙ୍କା ସହ ୮ ବାଇକ ଜବତ, ୩ ଗିରଫ

ଟଙ୍ଗୀ, ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ନଗଦ ୨୦ହଜାର ଟଙ୍କା ସହ ୮ ବାଇକ ଜବତ କରିଛି ଟାଙ୍ଗୀ ପୋଲିସ । ତାସହିତ ସେଥିରେ ଜଡ଼ିତ ଥିବା ୩ଜଣଙ୍କୁ ଗିରଫ କରିଛି ପୋଲିସ । ସୂଚନାଥାଉକି, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ପୋଲିସ ଖବରପାଇ ଟାଙ୍ଗୀ ଥାନା ବେଣୀ ପଥର ତଥା ଚଣ୍ଡେଶ୍ୱର ଛକ ନିକଟରେ ଥିବା ଏକ ଜଙ୍ଗଲ ମଧ୍ୟରେ ଚଢ଼ାଉ କରିଥିଲା । ଉକ୍ତ ସମୟରେ ଜୁଆ ଖେଳରେ ସମ୍ପୃକ୍ତ ସାମଗ୍ରୀ ସମେତ ୨୦ହଜାର ଟଙ୍କା ଓ ୮ବାଇକ ଜବତ କରିଛି ଟାଙ୍ଗୀ ପୋଲିସ । ଏହି ସ୍ଥାନରେ ଅସାମାଜିକ ଲୋକଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି ବୋଲି ସ୍ଥାନୀୟ ବାସିନ୍ଦା କୁହନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।