You are currently viewing ଏବେ ସବୁଠି ଚର୍ଚ୍ଚାରେ ‘ବାବା କା ଢ଼ାବା’

ଏବେ ସବୁଠି ଚର୍ଚ୍ଚାରେ ‘ବାବା କା ଢ଼ାବା’


ନୂଆଦିଲ୍ଲୀ, ସୋସିଆଲ ମିଡିଆ ହେଉଛି ଏମିତି ଏକ ପ୍ଳାଟଫର୍ମ ବା ମାଧ୍ୟମ ଯାହା ଜଣେ ସାଧାରଣ ବ୍ୟକ୍ତି କୁ ରାତାରାତି ଷ୍ଟାର ବନେଇଦିଏ । ଏହାର ଅନେକ ଉଦାହରଣ ନଜିର ରହିଛି । ଯେମିତି କି ସେ ରାନୁ ମଣ୍ଡଳ କଥା ହେଉ ବା ଓଡିଶାର କୋରାପୁଟ ଜିଲ୍ଳାର ଝିଅ ନମିତା ହୁଅନ୍ତୁ । ସେ ଭଳି ଏବେ ସୋସିଆଲ ମିଡିଆର ଚର୍ଚ୍ଚାରେ ଅଛନ୍ତି ଜଣେ ୮୦ ବର୍ଷର ବୃଦ୍ଧ ବ୍ୟକ୍ତି । ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ ହେବାପରେ ଦେଖୁ ଦେଖୁ ତାଙ୍କ ଦୋକାନରେ ଲୋକ ଖାଇବା ପାଇଁ ଭିଡ ଜମେଇ ଦେଇଛନ୍ତି । ସାଧାରଣ ଲୋକଙ୍କଠାରୁ ନେଇ ବଡ ବଡ ବ୍ୟକ୍ତି ମଧ୍ୟ ତାଙ୍କର ସାହାର୍ଯ୍ୟ କରିବାକୁ ଆଗକୁ ଆସିଛନ୍ତି ଏବଂ ଅନ୍ୟମାନଙ୍କୁ ମଧ୍ୟ କହୁଛନ୍ତି ତାଙ୍କର ସାହାର୍ଯ୍ୟ କରିବାକୁ । ଟ୍ୱିଟରରେ ହାସଟ୍ୟାଗ୍ ବାବାକାଢ଼ାବା ଟ୍ରେଣ୍ଡ ହେଉଛି । ବଲିଉଡ ସେଲିବ୍ରିଟି ମଧ୍ୟ ତାଙ୍କୁ ସାହାର୍ଯ୍ୟ କରିବା ପାଇଁ ଆଗେଇ ଆସିଲେଣି । ଅଭିନେତ୍ରୀ ରବିନା ଟଣ୍ଡନ ଏହି ପ୍ରସ୍ତାବ ମଧ୍ୟ ଦେଇଛନ୍ତି ଯେ, ଯେଉଁମାନେ ଏହି ବୃଦ୍ଧ ଦମ୍ପତ୍ତିଙ୍କ ଦୋକାନକୁ ଯାଇ ଖାଇବା ଖାଇ ଫଟୋ ଉଠାଇ ତାଙ୍କୁ ପଠାଇବେ, ପରମୁହୂର୍ତ୍ତରେ ସେହି ଫଟୋଟିକୁ ସେ ତାଙ୍କ ସୋସିଆଲ ଆକାଉଣ୍ଟରେ ମଧ୍ୟ ସେୟାର କରିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।