You are currently viewing ଫିଟ୍ ଇଣ୍ଡିଆ ୨୦୨୦ : ସଜନା ଶାଗ ଖାଇବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ

ଫିଟ୍ ଇଣ୍ଡିଆ ୨୦୨୦ : ସଜନା ଶାଗ ଖାଇବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ

ଫିଟ୍ ଇଣ୍ଡିଆ ଅଭିଜାନର ପ୍ରଥମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଲିନ୍ଦ ସୋମନ୍‌, ଡାଏଟିସିଆନ୍ ରୁଜୁଡା ଡିଭେକର ଏବଂ ଅନ୍ୟ କିଛି କଳାକାରଙ୍କ ସହ କଥା ହୋଇଥିଲେ । ସମସ୍ତେ ଫିଟ୍ ରହିବା ପାଇଁ କିଛି କିଛି ଉପାୟ କହିଥିଲେ । ଯେଉଁଥିରେ ପ୍ରଧାନମନ୍ତ୍ରୀ ସଜନା ଶାଗ ଖାଇବାର ଫାଇଦା ବିଷୟରେ କହିଛନ୍ତି । ଏହା ଶରୀର ପାଇଁ ବେଶ୍ ହିତକର ହୋଇଥାଏ । ଏଥିରେ ପ୍ରଚୁର ପରିମାଣରେ ମିନେରାଲସ୍ ମିଳେ । ଏଥିପାଇଁ ସପ୍ତାହକୁ ୨ ଥର ସଜନା ଶାଗର ପରଟା କରି ଖାଇବାକୁ ପରାମର୍ଶ ଦେଇଛନ୍ତି ।


ସଜନା ଛୁଇଁ ରେ ପ୍ରୋଟିନ୍ ଆଇରନ୍‌, ବିଯା କାରୋଟିନ୍‌, ଆମିନୋ ଏସିଡ୍ , କ୍ୟାଲସିୟମ୍ ,ପୋଟାସିୟମ୍‌, ଭିଟାମିନ୍ ଏ , ସି ଏବଂ ବି ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ରହିଛି । ସଜନାର ପତ୍ରରେ ଲେମ୍ବୁ ଏବଂ କମଳା ତୁଳନାରେ ୬ଗୁଣ ଅଧିକ ଭିଟାମିନ୍ ସି ରହିଥାଏ । ଏଥିରେ ..ୀର ଅପେ.. ୪ଗୁଣ କ୍ୟାଲସିୟମ୍‌, ଗାଜର ଠାରୁ ୪ଗୁଣ ଅଧିକ ପୋଟାସିୟମ ଥାଏ ।


ସଜନା ଏବଂ ସଜନା ଛୁଇଁ ଖାଇଲେ କ’ଣ ଲାଭ ହୁଏ ?
. ଏହା ଉଚ୍ଚ ରକ୍ତ ଚାପ କମ୍ କରେ ।
. ଓଜନ ହ୍ରାସ କରିବାରେ ସାହାର୍ଯ୍ୟ କରେ ।
. ଡାଇବେଟିସ୍‌କୁ ନିୟନ୍ତ୍ରଣ କରେ ।
. ଏହା ରୋଗ ପ୍ରତିରୋଧ ଶକ୍ତି ବଢ଼ାଏ ।
. ମୁଣ୍ଡମିନ୍ଧାରୁ ମୁକ୍ତି ଦିଏ ।
.ରକ୍ତହୀନତାରୁ ମୁକ୍ତି ଦିଏ ଏବଂ ଏହାକୁ ଖାଇବା ଦ୍ୱାରା ଶରୀରରେ ହିମୋଗ୍ଳୋବିନ୍ ର ପରିମାଣ ବୃଦ୍ଧି ପାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।