ନୂଆଦିଲ୍ଲୀ: ଦେଶର ସମସ୍ତ ସ୍ଥାନରେ ବାର୍ଡ ଫ୍ଲୁର ଆତଙ୍କ ବଢ଼ିବାରେ ଲାଗିଛି । ଦେଶର ୭ଟି ରାଜ୍ୟରେ ବାର୍ଡ ଫ୍ଲୁର ଭୂତାଣୁ ଚିହ୍ନଟ କରାଯାଇଛିା ତେବେ ରାଜଧାନୀ ଦିଲ୍ଲୀ, ଛତିଶଗଡ ଏବଂ ମହାରାଷ୍ଟ୍ର ସମେତ ଅନେକ ରାଜ୍ୟରେ ପକ୍ଷୀମାନଙ୍କ ନମୂନା ପରୀକ୍ଷା ପାଇଁ ଲ୍ୟାବକୁ ପଠାଯାଇଛି । ସେହିପରି ରାଜଧାନୀ ଦିଲ୍ଲୀରେ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ନେଇ ସ୍ପଷ୍ଟ ହୋଇନଥିଲେ ମଧ୍ୟ ରାଜଧାନୀର ଭିନ୍ନ ଭିନ୍ନ ଅଞ୍ଚଳରେ ଲଗାତର ପକ୍ଷୀ ମୃତ୍ୟୁ ଖବର ସାମ୍ନାକୁ ଆସୁଛି, ଯାହା ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ବାର୍ଡ ଫ୍ଲୁର ବିପଦକୁ ଦେଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ହାଇ ଅଲର୍ଟ ଜାରି କରିଛନ୍ତି । ଏଥିସହ ମୃତ ପକ୍ଷୀଙ୍କ ସୂଚନା ଦେବା ପାଇଁ ଏକ ହେଲ୍ପ ଲାଇନ ନମ୍ବର ମଧ୍ୟ ଜାରି କରିଛନ୍ତି ଦିଲ୍ଲୀ ସରକାର।