ପ୍ରଥମ ଘଟଣା; କରୋନା ନେଲା କେନ୍ଦ୍ରମନ୍ତ୍ରୀଙ୍କ ଜୀବନ

ନୂଆଦିଲ୍ଲୀ, କରୋନା ଚାରିଆଡ଼େ କାୟା ବିସ୍ତାର କରିବାରେ ଲାଗିଛି। ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅଭିନେତା ଅଭିନେତ୍ରୀ ପର୍ଯ୍ୟନ୍ତ ସମସ୍ତେ କରୋନାରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ଆଜି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । କରୋନାରେ କେନ୍ଦ୍ର ରେଳରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗଡିଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୫ବର୍ଷ ହୋଇଥିଲା। ଏହା ହେଉଛି ପ୍ରଥମ ଘଟଣା, ଯେଉଁଥିରେ କୌଣସି କେନ୍ଦ୍ରମନ୍ତ୍ରୀଙ୍କର କରୋନାରେ ପରଲୋକ ଘଟିଛି ।

Leave A Reply

Your email address will not be published.