You are currently viewing ମହାସଭାରେ ସଙ୍ଘର୍ଷର ଭିଡିଓ ଦେଖାଇଲା ଚୀନ

ମହାସଭାରେ ସଙ୍ଘର୍ଷର ଭିଡିଓ ଦେଖାଇଲା ଚୀନ

ବେଜିଂ (୧୭.୧୦.୨୨) : ଚୀନରେ ଚାଲୁଥିବା କମ୍ୟୁନିଷ୍ଟ ପାର୍ଟିର ଏକ ମହତ୍ତ୍ୱପୂର୍ଣ୍ଣ ଅଧିବେଶନ ଏବେ ଚର୍ଚ୍ଚାରେ ବିଷୟ ପାଲଟିଛି । ରବିବାର ଏହି ଏହି ଅଧିବେଶନ ଆରମ୍ଭ ହୋଇଛି । ଏହା ଅକ୍ଟେବର ୨୨ ଯାଏଁ ଚାଲିବ । ତେବେ ଏହି ବୈଠକର ଓପନିଂ ସେରେମୋନିରେ ଚୀନ ଗଲୱାନ ଘାଟିରେ ଚୀନ ଓ ଭାରତୀୟ ସେନା ମଧ୍ୟରେ ହୋଇଥିବା ସଙ୍ଘର୍ଷକୁ ମନେ ପକାଇଛି ।

‘ଗ୍ରେଟ ହଲ ଅଫ ପିପୁଲ’ରେ ଭାରତ ଓ ଚୀନ ସେନା ମଧ୍ୟରେ ହୋଇଥିବା ସଙ୍ଘର୍ଷର ଭିଡିଓ ପ୍ରଦର୍ଶନ କରାଯାଇଥିଲା । ୨୦୨୦ ଜୁନରେ ଉକ୍ତ ସଂଘର୍ଷରେ ଆହତ ହୋଇଥିବା ଅନ୍ୟତମ ଚୀନ ସେନା କମାଣ୍ଡର କ୍ୱିଇ ଫାବାଓ ମଧ୍ୟ ଉକ୍ତ ସମାବେଶରେ ଉପସ୍ଥିତ ଥିଲେ । ପ୍ରତି ୫ ବର୍ଷରେ ଥରେ ଆୟୋଜିତ ଉକ୍ତ ମହାସଭାରେ ଯୋଗ ଦେଇଥିବା ‘ପିପୁଲ ସ ଲିବରେସନ ଆର୍ମି ଏବଂ ‘ପିପୁଲସ୍ ଆର୍ମଡ ପୋଲିସ’ର ୩୦୪ ଜଣ ପ୍ରତିନିଧିଙ୍କ ମଧ୍ୟରେ ଫାବାଓ ଥିଲେ ଅନ୍ୟତମ । ଏହି ଅବସରରେ ଉଦ୍‌ବୋଧନ ଦେଇ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ କହିଥିଲେ , ଯୁଦ୍ଧ ବାତାପରଣ ସୃଷ୍ଟି କରି ଚୀନ ସାମରିକ ତାଲିମ ତୀବ୍ର କରିବ ।

ଲଢିବା ଓ ଜିତିବାକୁ ସୈନ୍ୟଙ୍କୁ ପ୍ରଶିକ୍ଷଣ ଦିଆଯିବ । ଏଥିପାଇଁ ମିଳିତ ତାଲିମ, ସେନା ମଧ୍ୟରେ ମୁକାବିଲା ଭଳି ତାଲିମ ଓ ହାଇ-ଟେକ ତାଲିମ ଉପରେ ଗୁରୁତ୍ୱ ଦିଆଯିବ । ନିୟମିତ ଭାବେ ଆମ ସେନା ବଳକୁ ମୁତୟନ କରି ଚୀନ ଅଧିକ ଦକ୍ଷ ହେବ ।

ଏହା ଆମ ନିରାପତ୍ତା ସ୍ଥିତି , ନିରୁତ୍ସାହ ଏବଂ ସାମାଜିକ ସଂଘର୍ଷ ଓ ଆର୍ଥିକ ବିକାଶ ନିର୍ଦ୍ଧାରଣ କରିବା ସହ ଆଞ୍ଚଳିକ ଯୁଦ୍ଧରେ ବିଜୟ ହାସଲ କରିବାରେ ସହାୟକ ହେବ ବୋଲି ସି ଜିନପିଙ୍ଗ କହିଥିଲେ । କିନ୍ତୁ ଆଞ୍ଚଳିକ ଯୁଦ୍ଧରେ କଥା କହିବା ବେଳେ ସି ନିର୍ଦ୍ଧିଷ୍ଟ କୌଣସି ଦେଶ କଥା ଉଲ୍ଲେଖ କରି ନାହାନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।