ଆମେରିକା ୨୧/୦୩, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । କିଛିଦିନ ତଳେ ଟ୍ରମ୍ପ ଦାବି କରିଥିଲେ କି ପର୍ନଷ୍ଟାର ଷ୍ଟାମୀ ଡେନିୟଲ୍ସଙ୍କୁ ୧ଲକ୍ଷ ୩୦ ହଜାର ଡଲାର ଦେବା ମାମଲାରେ ମଙ୍ଗଳବାର ତାଙ୍କୁ ଗିରଫ କରାଯାଇପାରେ । ଟ୍ରମ୍ପ କହିଥିଲେକି ଏନେଇ ତାଙ୍କୁ ମୈନହଟ୍ଟନ ଜିଲ୍ଲାରେ କାର୍ଯ୍ୟାଳୟରୁ ଏଭଳି ଗୁପ୍ତ ସୂଚନା ମିଳିଛି । ସୂଚନା ମୁତାବକ ୨୦୧୬ ମସିହାରେ ପର୍ନଷ୍ଟାର ଷ୍ଟାମୀ ଡେନିୟଲ୍ସ ଗଣମାଧ୍ୟମ ସାମ୍ନାରେ କହିଥିଲେ କି ୨୦୦୬ ମସିହାରେ ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ମଧ୍ୟରେ ସଂପର୍କ ଥିଲା । ଏହାପରେ ଟ୍ରମ୍ପଙ୍କ ଟିମ୍ ଓକିଲ ମାଇକଲ କୋହେନଙ୍କ ମାଧ୍ୟମରେ ଷ୍ଟାମୀଙ୍କୁ ମୁହଁ ନଖୋଲିବା ପାଇଁ ୧ଲକ୍ଷ ୩୦ ହଜାର ଟଙ୍କା ଦିଆଯାଇଥିଲା । ହେଲେ ଏହି ଟଙ୍କା ଟ୍ରମ୍ପଙ୍କର ଏକ କମ୍ପାନୀ ତରଫରୁ ଓକିଲଙ୍କ ମାଧ୍ୟମରେ ଷ୍ଟାମୀଙ୍କୁ ଦିଆଯାଇଥିଲା । ଏହି ନେଣଦେଣର ଯାଂଚ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଆମେରିକାର ରାଷ୍ଟ୍ରପତି ଥିଲେ ଟ୍ରମ୍ପ୍ ।ଅଭିଯୋଗକାରୀଙ୍କ ଅଭିଯୋଗ ମୁତାବକ ଟ୍ରମ୍ପ ଷ୍ଟାମୀଙ୍କୁ ଏତେ ମାତ୍ରାରେ ଟଙ୍କା ଏଥିପାଇଁ ଦେଇଥିଲେ କି, ଯେଭଳି ଲୋକମାନଙ୍କ ବା ଭୋଟରମାନଙ୍କ ପାଖରେ ଖବର ନପହଂଚୁ ଟ୍ରମ୍ପ ଓ ଷ୍ଟାମୀଙ୍କ ମଧ୍ୟରେ କିଛି ସଂପର୍କ ଥିଲା । ଏନେଇ କୋର୍ଟ କହିଛନ୍ତି କି ଷ୍ଟାମୀଙ୍କ ଉପରେ ଯେଉଁ ଟଙ୍କା ଟ୍ରମ୍ପ ଖର୍ଚ୍ଚ କରିଛନ୍ତି ତାହା ତାଙ୍କୁ ଫେରସ୍ତ କରିବାକୁ ହେବ । ଅନ୍ୟପଟେ ଟ୍ରମ୍ପଙ୍କ ଉପରେ ମାମଲା ରୁଜୁ ହେବା ପରେ ଷ୍ଟାମୀ ଡେନିୟଲ୍ସ ଏକ ପୁସ୍ତକ ରଚନା କରିଥିଲେ । ଏଥିରେ ସେ ଟ୍ରମ୍ପଙ୍କ ସହ ଥିବା ତାଙ୍କର ସଂପର୍କ ବାବଦରେ ଖୋଲାଖୋଲି ଲେଖିଥିଲେ ।
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ