You are currently viewing ଦିନକରେ ୯୨,୫୯୬ କରୋନା ଆକ୍ରାନ୍ତ ଚିହ୍ନଟ, ୨୨୧୯ ମୃତ

ଦିନକରେ ୯୨,୫୯୬ କରୋନା ଆକ୍ରାନ୍ତ ଚିହ୍ନଟ, ୨୨୧୯ ମୃତ

ନୂଆଦିଲ୍ଲୀ-୦୯.୦୬.୨୦୨୧, ଦେଶରେ ଦିନକରେ ୯୨ ହଜାର ୫୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୨ କୋଟି ୯୦ ଲକ୍ଷ ୮୯ ହଜାର ୬୯କୁ ବୃଦ୍ଧି ପାଇଛି । ଦେଶରେ ୨୪ ଘଣ୍ଟାରେ କରୋନା ନେଲା ୨୨୧୯ ଜଣଙ୍କ ଜୀବନ । ଏହାକୁ ମିଶାଇ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୫୩ ହଜାର ୫୨୮କୁ ବୃଦ୍ଧି ପାଇଛି । ଦେଶରେ ମୋଟ ଆକ୍ଟିଭ କେସ୍- ୧୨ ଲକ୍ଷ ୩୧ ହଜାର ୪୧୫ , ସୁସ୍ଥ- ୨ କୋଟି ୭୫ ଲକ୍ଷ ୪ ହଜାର ୧୨୬, ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।