You are currently viewing ବିଶ୍ୱରେ ବଢ଼ିବାରେ ଲାଗିଛି କରୋନା ମୃତ୍ୟୁ ସଂଖ୍ୟା । ତେବେ ଏହି ପ୍ରତିଯୋଗିତାରେ ଭାରତ କେଉଁ ସ୍ଥାନରେ ଅଛି ଜାଣନ୍ତୁ…

ବିଶ୍ୱରେ ବଢ଼ିବାରେ ଲାଗିଛି କରୋନା ମୃତ୍ୟୁ ସଂଖ୍ୟା । ତେବେ ଏହି ପ୍ରତିଯୋଗିତାରେ ଭାରତ କେଉଁ ସ୍ଥାନରେ ଅଛି ଜାଣନ୍ତୁ…

କରୋନା ଏବେ ସମଗ୍ର ବିଶ୍ୱକୁ କବଳିତ କରି ରଖିଛି । ପ୍ରିିତିଦିନ ହଜାର ହଜାର ମୃତ୍ୟୁ ସାଙ୍ଗକୁ ଲକ୍ଷଲକ୍ଷ କରୋନାରେ ଆକ୍ରାନ୍ତ ହେଉଥିବା ଶୁଣିବାକୁ ମିଳୁଛି । ଏହିସବୁ ପ୍ରତିଯୋଗିତାରେ ଆମ ଦେଶ ଭାରତ ମଧ୍ୟ ପଛରେ ପଡ଼ିନାହିଁ । ପ୍ରତିଦିନ ପ୍ରାୟ ୫୦ହଜାର ସଂଖ୍ୟକ ଲୋକ ଏହି ରୋଗରେ ସଂକ୍ରମିତ ହେଉଛନ୍ତି । କରୋନାରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ଆକଳନରେ ବିଶ୍ୱରେ ଭାରତର ସ୍ଥାନ ପଞ୍ଚମ ରହିଛି ।

ମୃତ୍ୟୁ ସଂଖ୍ୟାରେ ଭାରତ ଏବେ ଇଟାଲୀକୁ ପଛରେ ପକାଇଛି । ଗତକାଲି ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୩୫୮୦୦ରେ ପହଞ୍ଚିଥିଲା । କିଛି କିଛି ରାଷ୍ଟ୍ର ମଧ୍ୟ ଗୋଷ୍ଠୀ ସଂକ୍ରମଣ ହୋଇଛି ବୋଲି ଘୋଷଣା କରିସାରିଲେଣି । ଯଦି ଏହିଭଳି ଭାବରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଲା, ତେବେ ଆଗକୁ ଭାରତର ସ୍ଥିତି କ’ଣ ହେବ, ସେ ନେଇ ଚିନ୍ତିତ ଜନସାଧାରଣ ।

ଅନ୍ୟମାନଙ୍କୁ ଜଣାନ୍ତୁ।