You are currently viewing ବଢୁଛି ଦିଲ୍ଲୀ ଏନସିଆରରେ ଶ୍ୱାସଜନିତ ସଙ୍କଟ

ବଢୁଛି ଦିଲ୍ଲୀ ଏନସିଆରରେ ଶ୍ୱାସଜନିତ ସଙ୍କଟ

ନୂଆଦିଲ୍ଲୀ; ଦିଲ୍ଲୀରେ ବଢିବାରେ ଲାଗିଛି ବାୟୁପ୍ରଦୂଷଣ। ଦୀପାବଳୀ ପୂର୍ବରୁ ବିଷାକ୍ତ ହୋଇଛି ବାୟୁ । ଫଳରେ ଆଖି ପୋଡିବା ସହ ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେଇଛି। ଏନେଇ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଆଜି ପ୍ରଦୂଷଣ ମାତ୍ରା ଜାରି କରାଯାଇଛି। ଭୋର 4ଟାରେ ଦିଲ୍ଲୀ-ଏନସିଆରରେ ବାୟୁ ଗୁଣବତ୍ତା ସୂଚକାଙ୍କ ବହୁତ ଖରାପ ସ୍ଥିତିରେ ଥିଲା। ତେବେ ଆଜି ଯଦିଓ ଜାତୀୟ ରାଜଧାନୀରେ ପ୍ରଦୂଷଣ ସ୍ତର ଗତକାଲି 475 ରୁ 470 କୁ ହ୍ରାସ ପାଇଛି, ତଥାପି PM 2.5ର ଏକାଗ୍ରତା ଅନୁସାରେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ସୁସ୍ଥ ସୀମାଠାରୁ 8 ଗୁଣ ଅଧିକ ରହିଛି ତେଣେ ପଞ୍ଜାବର ମୋଗା ସମେତ ଅନ୍ୟାନ୍ୟ ସ୍ଥାନରେ ନଡା ପୋଡାଯାଉଥିବାରୁ ସ୍ଥିତି ଅଧିକ ବିପନ୍ନ ହୋଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।