You are currently viewing ଦିଲ୍ଲୀରେ ଲାଗୁ ହେଲା ଗ୍ରାପ୍-୪, ୧୦ ପର୍ଯ୍ୟନ୍ତ ପ୍ରାଥମିକ ସ୍କୁଲ ବନ୍ଦ

ଦିଲ୍ଲୀରେ ଲାଗୁ ହେଲା ଗ୍ରାପ୍-୪, ୧୦ ପର୍ଯ୍ୟନ୍ତ ପ୍ରାଥମିକ ସ୍କୁଲ ବନ୍ଦ

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ମାତ୍ରା ବଢ଼ିବାରେ ଲାଗିଛି। ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ଦିଲ୍ଲୀରେ ଲାଗୁ ହେଲା ଟ୍ରାପ୍-୪। ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ ପକ୍ଷରୁ ଏହା ଲାଗୁ କରାଯାଇଛି। ଏହା ପୂର୍ବରୁ ଗ୍ରାପ୍ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ପର୍ଯ୍ୟାୟ କାର୍ଯ୍ୟକାରୀ କରାଯାଇଛି। ଚତୁର୍ଥ ପର୍ଯ୍ୟାୟରେ ଥ‌ିବା ପ୍ରତିବନ୍ଧକଗୁଡିକ କାର୍ଯ୍ୟକାରୀ ହୋଇସାରିଛି।

ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣର ବିପଜ୍ଜନକ ସ୍ତରରେ ପହଞ୍ଚିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ଅତିଶୀ ନଭେମ୍ବର ୧୦ ପର୍ଯ୍ୟନ୍ତ ସରକାର ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମଧ୍ୟରେ, ବିଦ୍ୟାଳୟଗୁଡ଼ିକୁ ୬ରୁ ୧୨ ଶ୍ରେଣୀ ପର୍ଯ୍ୟନ୍ତ ଅନଲାଇନ୍ କ୍ଲାସ କରାଯିବାର ବ୍ୟବସ୍ଥା ହୋଇଛି । ଗ୍ରାଫ୍‌ର ଚତୁର୍ଥ ପର୍ଯ୍ୟାୟରେ ସମସ୍ତ ପ୍ରକାର ନିର୍ମାଣ ଏବଂ ଭାଙ୍ଗିବା କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଯିବ । ରାଜ୍ୟରେ ଛାତ୍ରଛାତ୍ରୀମାନେ ଅନଲାଇନ୍ କ୍ଲାସ୍ କରିବେ । ଏପରି ପରିସ୍ଥିତିରେ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ପାଇଁ ଘରୁ କାମ କରିବା ପାଇଁ ନିର୍ଦ୍ଦେଶ ଦିଆଯିବ।

ଅନ୍ୟମାନଙ୍କୁ ଜଣାନ୍ତୁ।