You are currently viewing ମହାରାଷ୍ଟ୍ରରେ ୫ ଜଣଙ୍କ ଜୀବନ ନେଲା ଡେଲଟା ପ୍ଲସ୍ ଭାରିଆଣ୍ଟ

ମହାରାଷ୍ଟ୍ରରେ ୫ ଜଣଙ୍କ ଜୀବନ ନେଲା ଡେଲଟା ପ୍ଲସ୍ ଭାରିଆଣ୍ଟ


ନୂଆଦିଲ୍ଲୀ,୧୪/୦୮: ମହାରାଷ୍ଟ୍ରରେ ଡେଲଟା ପ୍ଲସ୍ ଭାରିଆଣ୍ଟରେ ପାଞ୍ଚଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କାଲି ଥାନେ ଜିଲ୍ଲାରୁ ଡେଲଟା ପ୍ଲସ୍ ଭାରିଆଣ୍ଟ ଏକ ନୂଆ ମାମଲା ଚିହ୍ନଟ ହେବା ପରେ କରୋନା ସଂକ୍ରମଣ ତାଲିକା ସଂଶୋଧନ କରାଯାଇଥିଲା । ରିପୋର୍ଟ ଅନୁଯାୟୀ ଡେଲଟା ପ୍ଲସ୍ ଭାରିଆଣ୍ଟର ପାଞ୍ଚ ଜଣଙ୍କ ମଧ୍ୟରୁ ମଧ୍ୟରୁ ଦୁଇଜଣ ରତ୍ନଗିରି ଜିଲ୍ଲାର ହୋଇଥିବା ବେଳେ ମୁମ୍ବାଇ,ବିଡ୍ ଏବଂ ରାୟଗଡାରେ ଜଣେ ଲେଖାଏଁ ମୃତ୍ୟୁ ହୋଇଛି । ସମସ୍ତ ମୃତ ବ୍ୟକ୍ତିଙ୍କ ବୟସ ୬୫ ବର୍ଷରୁ ଅଧିକ ଥିଲା ଏବଂ ସେମାନଙ୍କର ଅନ୍ୟ ଗମ୍ଭୀର ଶାରୀରିକ ସମସ୍ୟା ଥିଲା ବୋଲି ଜଣାପଡିଛି । ମହାରାଷ୍ଟ୍ରରେ ଡେଲଟା ପ୍ଲସ ଭାରିଆଣ୍ଟ ଦ୍ୱାରା ଆକ୍ରାନ୍ତ ହୋଇଥିବା ୬୬ ଜଣଙ୍କ ମଧ୍ୟରୁ ୩୨ ଜଣ ପୁରୁଷ ଥିବାବେଳେ ବାକି ମହିଳା ରହିଛନ୍ତି । ସେମାନଙ୍କ ମଧ୍ୟରୁ ୭ ଜଣ ରୋଗୀ ୧୮ ବର୍ଷରୁ କମ୍ ବୋଲି ଜଣାପଡିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।