ନୂଆଦିଲ୍ଲୀ (୧୬.୩.୨୩) : ଅନେକ ସମୟରେ ଡାକ୍ତରମାନେ ଏମିତି କିଛି ଚମତ୍କାର କରି ଦେଖାନ୍ତି । ଯେଉଁଥି ପାଇଁ ସେମାନଙ୍କୁ ଭଗବାନଙ୍କ ଆଖ୍ୟା ଦିଆଯାଇଥାଏ । ଠିକ୍ ସେମିତି କିଛି ଚମକ୍ରାରିତା କରି ଦେଖାଇଛନ୍ତି ଦିଲ୍ଲୀ ଏମ୍ସର ଡାକ୍ତରମାନେ । ଏମ୍ସର ଡାକ୍ତରମାନେ ଜଣେ ମହିଳାଙ୍କ ଗର୍ଭରେ ଥିବା ଭ୍ରୁଣର ଅଙ୍ଗୁରଦାନା ଆକୃତି ହୃତପିଣ୍ଡର ସଫଳ ଅସ୍ତ୍ରୋପଚାର କରି ବିରଳ କୃତୀତ୍ୱ ହାସଲ କରିଛନ୍ତି ।୨୮ ବର୍ଷୀୟ ମହିଳା ପୂର୍ବରୁ ତିନିଥର ନିଜର ଗର୍ଭ ହରାଇ ସାରିଥିଲେ । ଯେତେବେଳେ ସେ ଚତୁର୍ଥଥର ଗର୍ଭଧାରଣ କଲେ, ଜାଣିବାକୁ ପାଇଲେ ଯେ ଗର୍ଭରେ ଥିବା ଭ୍ରୁଣର ହୃତପିଣ୍ଡରେ ସମସ୍ୟା ରହିଛି । ଏକଥା ଜାଣିବା ପରେ ମହିଳା ଜଣକ ଅଚେତ ହୋଇପଡ଼ିଥିଲେ । ତେବେ ପରବର୍ତ୍ତୀ ସମୟରେ ମହିଳା ଜଣକ ନିଜ ଗର୍ଭ ନଷ୍ଟ ନକରିବାକୁ ନିଷ୍ପତ୍ତି ନେବା ସହ ଭ୍ରୁଣ ହୃତପିଣ୍ଡ ଅପରେସନ୍ କରିବାକୁ ଅନୁମତି ଦେଇଥିଲେ । ଏହା ପରେ ଏମ୍ସ କାର୍ଡିଓଥେରୋସିକ୍ ସାଇନ୍ସ ସେଣ୍ଟରରେ ଡାଏଲିସିସ ପ୍ରକ୍ରିୟା କରାଯାଇଥିଲେ । ଏମ୍ସର ପ୍ରସୂତୀ ବିଭାଗ ଡାକ୍ତର ଓ ସ୍ତ୍ରୀ ରୋଗ ବିଭାଗର ଡାକ୍ତରଙ୍କ ସହ ହୃଦରୋଗ ବିଶେଷଜ୍ଞର ଏକ ଟିମ୍ ବେଲୁନ୍ ଡାଏଲିସିସ ନାମକ ପ୍ରକ୍ରିୟା ଆରମ୍ଭ କରିଥିଲେ । ଡାକ୍ତରମାନେ ଅଲଟ୍ରାସାଉଣ୍ଡ ଦ୍ୱାରା ଭ୍ରୁଣର ହୃତପିଣ୍ଡରେ ଏକ ଛୁଞ୍ଚି ପୂରାଇ ବେଲୁନ କ୍ୟାଥେଟର ସହାୟତାରେ ବନ୍ଦ ଥିବା ଭାଲ୍ଭକୁ ଖୋଲି ଦେଇଥିଲେ । ବଡ଼ କଥା ହେଉଛି ଡାକ୍ତରମାନେ ମାତ୍ର ୯୦ ସେକେଣ୍ଡରେ ଏହି ସର୍ଜରୀ କରିଥିଲେ । ଯେହେତୁ ଏହି ପୂରା ପ୍ରକ୍ରିୟା ବହୁତ ଶୀଘ୍ର ଶୀଘ୍ର କରିବାର ଥିଲା, ସେଥିପାଇଁ ଡାକ୍ତରଙ୍କ ପାଇଁ ଏହା ବଡ଼ ଚ୍ୟାଲେଞ୍ଜ ଥିଲା । ବର୍ତ୍ତମାନ ଉଭୟ ମହିଳା ଓ ତାଙ୍କ ଗର୍ଭରେ ଥିବା ଭ୍ରୁଣ ସୁରକ୍ଷିତ ଥିବା ଡାକ୍ତର ସୂଚନା ଦେଇଛନ୍ତି ।
ରାଜ୍ୟବାସୀଙ୍କ ପାଇଁ ଉତ୍କଳ ଦିବସ ଭେଟିନିଜକୁ ଗୁଳି କରି ଆତ୍ମହତ୍ୟାଆମେରିକାରେ ଅନୁପ୍ରବେଶ କରୁଥିବା ୬ ଜଣଙ୍କ ମୃତ୍ୟୁକୋଟିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଜାଣନ୍ତୁ କେଉଁଦିନ ନଖ କାଟିବେ ନାହିଁ୫ଟି ସଚିବଙ୍କ ମଧୁ ସ୍ମୃତି ପୀଠ ପରିଦର୍ଶନବିହାରରେ ବ୍ୟାପକ ହିଂସାANS NEWS SUPERFAST [email protected]ସାଉଦିଆରବରେ ପ୍ରବାସୀ ଓଡିଆଙ୍କ ଦ୍ୱାରା ପାଳିତ ହେଲା ଉତ୍କଳ ଦିବସନକଲି ସାର୍ଟିଫିକେଟ ମାମଲାରେ ବଲାଙ୍ଗୀର ଯାଇ ତଦନ୍ତ କରିବ କ୍ରାଇମବ୍ରାନଞ୍ଚ