ନୂଆଦିଲ୍ଲୀ, ଦିଲ୍ଲୀସ୍ଥିତ ସଂସଦ ଭବନରେ ଅଗ୍ନିକାଣ୍ଡ ଘଟିଛି। ସଂସଦ ଭବନର ସଂଲଗ୍ନ କୋଠାର ଷଷ୍ଠ ମହଲାରେ ନିଆଁ ଲାଗିଥିବା ଜଣା ପଡ଼ିଛି। ଖବର ପାଇବା ପରେ ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ୫ଟି ଗାଡ଼ି ପହଞ୍ଚିଛି। ନିଆଁ କେମିତି ଲାଗିଲା, ଏହି ଘଟଣାରେ କେହି ମୃତାହତ ହୋଇଛନ୍ତି କି ନାହିଁ ସେ ନେଇ ଏ ପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରି ନାହିଁ। ତେବେ ସର୍ଟ ସର୍କିିଟ କାରଣରୁ ନିଆଁ ଲାଗିଥିବା ସନ୍ଦେହ କରୁଥିବା ବେଳେ, ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଚାଲୁ ରହିଛି।