You are currently viewing ଗୁଲାମ ନବୀ ଆଜାଦଙ୍କୁ ଆତଙ୍କୀ ସଂଗଠନର ଧମକ

ଗୁଲାମ ନବୀ ଆଜାଦଙ୍କୁ ଆତଙ୍କୀ ସଂଗଠନର ଧମକ

ଶ୍ରୀନଗର (୧୫.୯.୨୨) : ଗୁଲାମ ନବୀ ଆଜାଦଙ୍କ ମିଶନ କାଶ୍ମୀର ପୂର୍ବରୁ ମିଳିଛି ଧମକ । ପୋଷ୍ଟରେ ଆଜାଦଙ୍କୁ ଦଳ ବଦଳାଉଥିବା ରାଜନେତା ଭାବେ ଆକ୍ଷପ କରାଯାଇଛି । ଏଥିରେ କୁହାଯାଇଛି ଯେ ଜମ୍ମୁ-କାଶ୍ମିରର ରାଜନୀତିରେ ଦଳ ବଦଳ କରୁଥିବା ଗୁଲାମ ନବୀ ଆଜାଦଙ୍କ ଏଣ୍ଟ୍ରି ହଠାତ ହୋଇନାହିଁ । ଏହା ଏକ ଯୋଜନାବଦ୍ଧ ରଣନୀତିର ଅଂଶ ବିଶେଷ । ସେ ନିଜର ପୂର୍ବ ରାଜନୀତିକ ଦଳରେ ଥିବା ବେଳେ ଏ ନେଇ ଯୋଜନା ପ୍ରସ୍ତୁତ କରିଥିଲେ । ଏବେ ବି ବିସ୍ଥାପିତ କାଶ୍ମୀର ପଣ୍ଡିତ କ୍ୟାମ୍ପରେ ରାହୁଲ ଭଳି ଅନେକ ଏଜେଣ୍ଟ ରହିଛନ୍ତି । ଖୁବ୍ ଶିଘ୍ର ସେମାନଙ୍କ ପରିଚୟ ଠାବ କରି ସେମାନଙ୍କୁ ଶେଷ କରାଯିବ । କିଛି ଦିିନ ତଳେ ଗୁଲାମ ନବୀ ଆଜାଦ କଂଗ୍ରେସ ସହ ୫୦ ବର୍ଷ ସମ୍ପର୍କଚ୍ଛିନ୍ନ କରି କାଶ୍ମୀର ରାଜ ନୀତିରେ ଫେକେସ କରିଛନ୍ତି । ସେ ନିଜର ସ୍ୱତନ୍ତ୍ର ରାଜନୀତିକ ଦଳ ମଧ୍ୟ ଗଠନ କରିଛନ୍ତି । ଏହି କ୍ରମରେ ସେ କାଶ୍ମୀର ରାଲି କରିବାକୁ ଚାହୁଛନ୍ତି । କିନ୍ତୁ ଏହା ପୂର୍ବରୁ ତାଙ୍କୁ ଟିଆରଏଫ ତାଙ୍କୁ ଟାର୍ଗେଟ କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।