ନୂଆଦିଲ୍ଲୀ ୧୮/୧୦, କିଏ ଜାଣିଥିଲା କେଦାରନାଥ ଯାତ୍ରା ହିଁ ଜୀବନର ଶେଷ ଯାତ୍ରା ହେବ ବୋଲି । ତୀର୍ଥଯାତ୍ରୀଙ୍କୁ ନେଇ କେଦାରନାଥ ଯାଉଥିବା ବେଳେ ହଠାତ ଦୁର୍ଘଟଣା ଗ୍ରସ୍ତ ହେଲା ହେଲିକେପ୍ଟର । ଦୁର୍ଘଟଣାରେ ଦୁଇ ପାଇଲଟଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ହୋଇଛି । ହେଲିକ୍ୟାପ୍ଟରଟି ଜଳିପୋଡି ଖଣ୍ଡ ବିଖଣ୍ଡିତ ହୋଇପଡିଥିବାର ଭିଡିଓ ସାମ୍ନାକୁ ଆସିଛି । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚିଥିବା ସୂଚନା ମିଳିଛି । ଆରୟନ ବିମାନ ଚଳାଚଳ ସଂସ୍ଥାର ବେଲ-୪୦୭ ହେଲିକ୍ୟାପ୍ଟର ଦୁର୍ଘଟଣାଗସ୍ତ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିନଥିଲେ ବି ଅତ୍ୟଧିକ କୁହୁଡି ଯୋଗୁ ହେଲିକ୍ୟାପ୍ଟରଟି ଦୁର୍ଘଟଣା ଗସ୍ତ ହୋଇଥିବା କୁହାଯାଉଛି ।ହେଲିକ୍ୟାପ୍ଟରଟି ଉତ୍ତରାଖଣ୍ଡ ସବୁଠୁ ବଡ ପର୍ଯ୍ୟଟନ କ୍ଷେତ୍ର କେଦାରନାଥରୁ ୫ ଜଣ ଯାତ୍ରୀଙ୍କୁ ନେଇ ଗୁପ୍ତକାଶୀ ଯାଉଥିବା ବେଳେ ଅଧା ବାଟରେ ଦୁର୍ଘଟଣାଗସ୍ତ ହୋଇଛି ।
ବିହାରରେ ବ୍ୟାପକ ହିଂସାANS NEWS SUPERFAST [email protected]ସାଉଦିଆରବରେ ପ୍ରବାସୀ ଓଡିଆଙ୍କ ଦ୍ୱାରା ପାଳିତ ହେଲା ଉତ୍କଳ ଦିବସନକଲି ସାର୍ଟିଫିକେଟ ମାମଲାରେ ବଲାଙ୍ଗୀର ଯାଇ ତଦନ୍ତ କରିବ କ୍ରାଇମବ୍ରାନଞ୍ଚମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ଝିଅକୁ ହତ୍ୟା ଧମକସ୍ୱାସ୍ଥ୍ୟପାଇଁ ଉପକାରୀ ଆମ୍ବପତ୍ରନାରୀ ବେଶରେ ପୁରୁଷ କରନ୍ତି ପୂଜାବନ୍ଦ ହୋଇଗଲା ବିଧାନସଭାର ବଜେଟ ଅଧିବେଶନଭୁବନେଶ୍ୱରରୁ ଦୁବାଇକୁ ଉଡିବ ବିମାନ ଘଞ୍ଚ ଜଙ୍ଗଲ ଭିତରୁ ମିଳିଲା ନର କଙ୍କାଳ