ବିହାର (୧୫.୩.୨୩) : ଚାକିରି ବଦଳରେ ଜମି ଲେଣଦେଣ ମାମଲାରେ ତନାଘନା ଚଳାଇଛି ପ୍ରବର୍ତ୍ତନ ମନ୍ତ୍ରାଳୟ (ଇଡି) । ଯାଞ୍ଚ ବେଳେ ଲାଲୁ ଯାଦବ ଓ ତାଙ୍କର କିଛି ସମ୍ପର୍କୀୟଙ୍କ ବିରୋଧରେ ମଧ୍ୟ ଅଣ୍ଟା ଭିଡିଛି ଇଡି । ମୁମ୍ବାଇ, ପାଟଣା ଓ ରାଞ୍ଚିର ବାସଭବନ ଓ କାର୍ଯ୍ୟାଳୟରେ ଚଢଉ କରିବା ପରେ ଆଜି କୋର୍ଟରେ ହାଜର ହେବାକୁ ଯାଉଛନ୍ତି ଲାଲୁ ଯାଦବ, ପତ୍ନୀ ରାବଡି ଦେବୀ ଓ ଝିଅ ମିସା ଭାରତୀ । ୨୦୦୪ରୁ ୨୦୦୯ ମଧ୍ୟରେ ଲାଲୁ ଯାଦବ ରେଳ ମନ୍ତ୍ରୀ ଥିବାବେଳେ ରେଳ ବିଭାଗରେ ଚାକିରି ଦେବାକୁ ଲୋକଙ୍କ ଠାରୁ ଜମି ବଦଳ ନେଇଥିଲେ । ଏବଂ ଯାହାଠୁ ପଇସା ଦେଇ କିଣିଥିଲେ ତାକୁ ଶାଗ ମାଛ ଦରରେ କିଣି ନେଇଥିବା ଅଭିଯୋଗ ହୋଇଥିଲା । ଲୋକଙ୍କ ଜମିକୁ ଉପହାର ଭାବେ ଲାଲୁ ଯାଦବଙ୍କ ପରିବାର ସଦସ୍ୟଙ୍କ ନାମରେ କରିଦେଉଥିଲେ। ରେଲୱେ ନିଯୁକ୍ତିରେ ଜାଲିଆତି ହୋଇଛି ଏବଂ ରେଳବାଇରେ ନିଯୁକ୍ତ ପାଇଁ ଥିବା ନିର୍ଦ୍ଦିଷ୍ଟ ନିୟମର ଉଲ୍ଲଂଘନ ହୋଇଛି ବୋଲି ସିବିଆଇ ଏହାର ଚାର୍ଜସିଟ୍ରେ ଦର୍ଶାଇଛି।
ନିଜକୁ ଗୁଳି କରି ଆତ୍ମହତ୍ୟାଆମେରିକାରେ ଅନୁପ୍ରବେଶ କରୁଥିବା ୬ ଜଣଙ୍କ ମୃତ୍ୟୁକୋଟିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଜାଣନ୍ତୁ କେଉଁଦିନ ନଖ କାଟିବେ ନାହିଁ୫ଟି ସଚିବଙ୍କ ମଧୁ ସ୍ମୃତି ପୀଠ ପରିଦର୍ଶନବିହାରରେ ବ୍ୟାପକ ହିଂସାANS NEWS SUPERFAST [email protected]ସାଉଦିଆରବରେ ପ୍ରବାସୀ ଓଡିଆଙ୍କ ଦ୍ୱାରା ପାଳିତ ହେଲା ଉତ୍କଳ ଦିବସନକଲି ସାର୍ଟିଫିକେଟ ମାମଲାରେ ବଲାଙ୍ଗୀର ଯାଇ ତଦନ୍ତ କରିବ କ୍ରାଇମବ୍ରାନଞ୍ଚମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ଝିଅକୁ ହତ୍ୟା ଧମକ