You are currently viewing ପଦ୍ମଶ୍ରୀ ପାଇଲେ କଣ୍ଢେଇ ନୃତ୍ୟଗୁରୁ ମାଗୁଣି କୁଅଁର

ପଦ୍ମଶ୍ରୀ ପାଇଲେ କଣ୍ଢେଇ ନୃତ୍ୟଗୁରୁ ମାଗୁଣି କୁଅଁର

ନୂଆଦିଲ୍ଲୀ ୨୩/୦୩, କେନ୍ଦୁଝରର ମାଗୁଣି ଚରଣ କୁଅଁରଙ୍କୁ ମିଳିଲା ପଦ୍ମଶ୍ରୀ । କଣ୍ଢେଇ ନାଚ ଗୁରୁ ମାଗୁଣି କୁଅଁରଙ୍କୁ ରାଷ୍ଟ୍ରପତି ପୁରସ୍କୃତ କରି ଶୁଭେଚ୍ଛା ଜଣାଇଛନ୍ତି । ଏହା ଏକ ଦୁର୍ଲଭ ପୁରସ୍କାର, ଭାଗ୍ୟରେ ଥିଲେ ମିଳେ ବୋଲି କହିଛନ୍ତି ମାଗୁଣି କୁଅଁର । ପୂର୍ବରୁ ସେ କଣ୍ଢେଇ ନାଚ ପାଇଁ ରାଷ୍ଟ୍ରପତି ପୁରସ୍କାର ସହ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ସମ୍ମାନ ଓ ପ୍ରଶଂସା ପାଇଛନ୍ତି । ଓଡ଼ିଶା ଓ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ସହ ୨୦୧୨ ମସିହାରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀର ସର୍ବୋଚ୍ଚ ସମ୍ମାନ ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’ ପାଇଛନ୍ତି । କେନ୍ଦୁଝର ପୁରୁଣା ବଜାରର ମାଗୁଣି କୁଅଁର ୧୫ ବର୍ଷ ବୟସରୁ କଣ୍ଢେଇ ନାଚ ପ୍ରଦର୍ଶିତ କରି ବହୁ ସମ୍ମାନ ସାଉଁଟିଛନ୍ତି । କଣ୍ଢେଇ ନାଚକୁ ବିଶ୍ୱ ଦରବାରରେ ପହଂଚାଇବାରେ ସଫଳ ହୋଇଛନ୍ତି । ଏବେ ପଦ୍ମଶ୍ରୀ ପାଇଥିବାରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି । ସମାଜରେ ଲୁକ୍କାୟିତ କାଠ କଣ୍ଢେଇ ନାଚରେ ପୌରାଣିକ କାହାଣୀ ଚିତ୍ରଣ କରି ଲୋକକଳାକୁ ଉଜ୍ଜିବିତ କରିବାରେ ତାଙ୍କର ଅବଦାନ ପ୍ରଶଂସନୀୟ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ ପଦ୍ମ ସମ୍ମାନ ପ୍ରଦାନ କରିଛନ୍ତି । ବର୍ଷ ୨୦୨୩ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି । ପୁରସ୍କାର ପାଇଥିବା ଚେହେରା ମଧ୍ୟରେ ୧୯ ଜଣ ମହିଳା ଅଛନ୍ତି । ଆଦିତ୍ୟ ଗ୍ରୁପର ଚେୟାରମ୍ୟାନ୍ ତଥା ବିଶିଷ୍ଟ ଶିଳ୍ପପତି ଶ୍ରୀ କୁମାର ମଙ୍ଗଲମ୍ ବିରଲାଙ୍କୁ ବ୍ୟବସାୟ କ୍ଷେତ୍ର ପାଇଁ ପଦ୍ମଭୁଷଣ ମିଳିଛି । ପଦ୍ମ ପୁରସ୍କାର ପାଇବାରେ କୁମାର ମଙ୍ଗଳମ ବିର୍ଲା ହେଉଛନ୍ତି ବିର୍ଲା ପରିବାରର ଚତୁର୍ଥ ବ୍ୟକ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।