You are currently viewing ମହୁଆଙ୍କ ଆବେଦନ ଖାରଜ, ନଭେମ୍ବର ୨ରେ ହାଜର ନିର୍ଦ୍ଦେଶ

ମହୁଆଙ୍କ ଆବେଦନ ଖାରଜ, ନଭେମ୍ବର ୨ରେ ହାଜର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିବା ଅଭିଯୋଗରେ ଫସିଥିବା ସାଂସଦ ମହୁଆ ମୋଇତ୍ରାଙ୍କ ଆବେଦନ ଖାରଜ ହୋଇଛି। ତାଙ୍କୁ ଲୋକସଭାର ଏଥକ କମିଟି ନିକଟରେ ନଭେମ୍ବର ୨ରେ ହାଜର ହେବାକୁ କୁହାଯାଇଛି। ପୂର୍ବରୁ କମିଟି ତାଙ୍କୁ ଅକ୍ଟୋବର ୩୧ରେ ହାଜର ହେବାକୁ କହିଥିଲା।

କିନ୍ତୁ ମହୁଆ ସମୟସୀମା ବୃଦ୍ଧି କରିବା ପାଇଁ ଆବେଦନ କରିଥିଲେ। ୩୧ ବଦଳରେ ସେ ନଭେମ୍ବର ୫ ପରେ ହାଜର ହେବେ ବୋଲି କହିଥିଲେ। କିନ୍ତୁ କମିଟି ତାଙ୍କ ଆବେଦନକୁ ଖାରଜ କରିଦେଇଛି। ତାଙ୍କୁ ନଭେମ୍ବର ୨ରେ ହାଜର ହେବାକୁ କୁହାଯାଇଛି। ଏହାପରେ ଆଉ ସମୟସୀମାକୁ ବୃଦ୍ଧି କରାଯିବ ନାହିଁ ବୋଲି ମଧ୍ୟ କମିଟି ମହୁଆଙ୍କୁ ରୋକଠୋକ ଶୁଣାଇ ଦେଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।