kangana ranaut

ଶ୍ରୀକୃଷ୍ଣଙ୍କ ଆଶୀର୍ବାଦ ରହିଲେ ଲୋକସଭା ନିର୍ବାଚନ ଲଢ଼ିବି; କଙ୍ଗନା ରଣାୱତ୍‌ 

ଦ୍ବାରକା: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କଙ୍ଗନା ରଣାୱତ ସବୁବେଳେ ଲାଇମ୍ ଲାଇଟରେ ରୁହନ୍ତି। ରାଜନୀତି ହେଉ ଅବା ସୋସିଆଲ ମିଡିଆ ସବୁ ପ୍ରସଙ୍ଗରେ ମନ୍ତବ୍ୟ ରଖନ୍ତି କଙ୍ଗନା। କେବେ ରାଜନୀତିକୁ ଆସିବେ ସେ ପ୍ରଶ୍ନ ବି ସମସ୍ତେ ସବୁବେଳେ ତାଙ୍କୁ ପଚାରିଥାନ୍ତି । କିନ୍ତୁ ଏ ପ୍ରସଙ୍ଗ ଠାରୁ ସବୁବେଳେ ଦୂରେଇ ରହୁଥିବା କଙ୍ଗନା ବର୍ତ୍ତମାନ ଏନେଇ ଏକ  ସକାରାତ୍ମକ ପ୍ରତିକ୍ରିୟା ଦେଇଛନ୍ତି।

କଙ୍ଗନା ରଣାୱତ୍‌ ହେବେ ଆସନ୍ତା ଲୋକସଭା ନିର୍ବାଚନରେ ପ୍ରାର୍ଥୀ। ତେବେ ଭଗବାନ୍‌ କୃଷ୍ଣଙ୍କ ଆଶୀର୍ବାଦ ମିଳିଲେ ତାଙ୍କର ଏହି ଇଚ୍ଛା ପୂରଣ ହେବ ବୋଲି ସେ ଗୁଜରାଟର ଦ୍ଵାରକା ଗସ୍ତ ବେଳେ ଗଣମାଧ୍ୟମ ସାମ୍ନାରେ ମନ୍ତବ୍ୟ ରଖିଛନ୍ତି। ତେବେ କଙ୍ଗନା କେଉଁ ଦଳରୁ, କେଉଁ ଆସନରୁ ନିର୍ବାଚନ ଲଢ଼ିବେ ସେନେଇ କିଛି ସଂକେତ ଦେଇ ନାହାନ୍ତି। ତେବେ ନିର୍ବାଚନ ଲଢ଼ିବା ନେଇ କଙ୍ଗନା ସଂକେତ ଦେବା ପରେ ଚର୍ଚ୍ଚା ହେଉଛି ବିଜେପି ଟିକେଟରେ କଙ୍ଗନା ଲଢ଼ି ପାରନ୍ତି ନିର୍ବାଚନ।

ଅନ୍ୟମାନଙ୍କୁ ଜଣାନ୍ତୁ।