କର୍ଣ୍ଣାଟକ (2.5.23):କର୍ଣ୍ଣାଟକରେ ଏବେ ଚାଲିଛି ନିର୍ବାଚନୀ ରାଲି । ଆସନ୍ତା ୧୦ ତାରିଖରେ କର୍ଣ୍ଣାଟକରେ ଭୋଟ୍ ପଡିବାକୁ ଥିବାବେଳେ ଏହା ପୂର୍ବରୁ ସବୁ ରାଜନୈତିକ ଦଳ ଏବେ ପ୍ରଚାରରେ ନିଜର ସବୁ ବଳ ଖଟେଇ ଦେଇଛନ୍ତି । ଏହିକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନିର୍ବାଚନୀ ସଭାକୁ ଉଦବୋଧନ ଦେବା ସହିତ ଚିତ୍ରଦୁର୍ଗ ଜିଲ୍ଲାରେ ରାଲିକୁ ସମ୍ବୋଧିତ କରିଛନ୍ତି । ମୋଦୀ କହିଛନ୍ତି, ଅମୃତକାଳରେ କର୍ଣ୍ଣାଟକରେ ଏହା ପ୍ରଥମ ନିର୍ବାଚନ । ଏହି ନିର୍ବାଚନ କର୍ଣ୍ଣାଟକକୁ ନମ୍ବର ୱାନ ବନେଇବା ପାଇଁ ନିର୍ବାଚନ । ଆଗାମୀ ୨୫ ବର୍ଷ ଭିତରେ କର୍ଣ୍ଣାଟକ ବିକାଶର ଶିଖର ଛୁଇଁବ । କର୍ଣ୍ଣାଟକକୁ ବିକଶିତ ଭାରତର ଡ୍ରାଇଭିଙ୍ଗ୍ ଫୋର୍ସ ବନେଇବାକୁ ହେବ ବୋଲି ଆଜି କହିଛନ୍ତି ପିଏମ୍ ମୋଦୀ ।ଅନ୍ୟପଟେ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, କଂଗ୍ରେସରର ଇତିହାସ ଆତଙ୍କ ଓ ଆତଙ୍କବାଦୀଙ୍କ ତୁଷ୍ଟିକରଣ ରହିଆସିଛି । ଯେତେବେଳେ ଦିଲ୍ଲୀରେ ବାଟଲା ହାଉସ୍ ଏନକାଉଣ୍ଟର ହେଲା ସେତେବେଳେ କଂଗ୍ରେସ ନେତାଙ୍କ ଆଖିରେ ଲୁହ ଆସିଯାଇଥିଲା । ସର୍ଜିକାଲ ଷ୍ଟ୍ରାଇକ୍ ଉପରେ କଂଗ୍ରେସ ନେତାମାନେ ପ୍ରଶ୍ନ ଉଠାଇଥିଲେ । ଏବେ ସେହି କଂଗ୍ରେସ ନିଜର ୱାରେଣ୍ଟି ହରେଇ ସାରିଛି । କଂଗ୍ରେସ ଦଳ ନିଜର ବିଶ୍ୱସନୀୟତା ହରାଇ ସାରିଛି ବୋଲି କହିଛନ୍ତି ମୋଦୀ ।
ବାହାନଗା ସ୍କୁଲ୍ରେ ହେବ ଶୁଦ୍ଧିକରଣଉନ୍ମୋଚନ ହେଲା ଓଡ଼ିଶା ଆମ୍ବ ଲୋଗୋଯାଜପୁର କଳିଙ୍ଗନଗର ଡୁବୁରୀ ଛକରେ ଭୟାବହ ଅଗ୍ନିକାଣ୍ଡଆଜି ମହାପ୍ରଭୁଙ୍କ ଅଣସର ସେବାର ଚତୁର୍ଥ ଦିନୟୁଟ୍ୟୁବର ‘ଅନ୍ ଟାଲେଣ୍ଟେଡ୍ ଗାଏ’ର ଚ୍ୟାନେଲ ବ୍ୟାନ୍ଗାଧୋଇବାବେଳେ ପୋଖରୀରେ ବୁଡ଼ି ୨ ମହିଳା ମୃତଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳଯାତ୍ରୀଙ୍କୁ ନେଇ ପୁରୀରୁ କୋଲକାତା ଯାଉଥିବା ବସ୍ ଅଟକମୋଦୀଙ୍କ ପାଖକୁ ସ୍ୱତନ୍ତ୍ର କିସମର ଆମ୍ବ ପଠାଇଲେ ମମତା ବାନାର୍ଜୀଦୂରଦର୍ଶନର ପ୍ରଥମ ଇଂରାଜୀ ନ୍ୟୁଜ୍ ଆଙ୍କର ଗୀତାଞ୍ଜଳି ଆୟରଙ୍କ ପରଲୋକ