ମଧ୍ୟପ୍ରଦେଶ (୩୦.୩.୨୩) : ମଧ୍ୟପ୍ରଦେଶ ଇନ୍ଦୋର ଠାରେ ରାମନବମୀ ପାଳନ ଅବସରରେ ବଡ ଦୁର୍ଘଟଣା ଘଟିଛି । ପଟେଲ ନଗର ନିକଟରେ ଥିବା ବେଲେଶ୍ୱର ମହାଦେବଙ୍କ ଝୁଲେଲାଲ ମନ୍ଦିର ନିକଟରେ ଏହି ଦୁର୍ଘଟଣା ହୋଇଛି । ଏଠାରେ ଥିବା ଏକ ବଡ କୂଅ ଉପରେ ଚଢି ଭକ୍ତମାନେ ଶ୍ରୀରାମଙ୍କ ଦର୍ଶନ କରୁଥିବା ବେଳେ କୁଅର କାନ୍ଥ ଭାଙ୍ଗିଯିବାରୁ ୨୫ରୁ ଅଧିକ ଭକ୍ତ କୁଅ ଭିତରକୁ ଗଳିପଡିଛନ୍ତି । ସୂଚନା ପାଇବା ପରେ ଅଗ୍ନିଶମ ବିଭାଗ ତରଫରୁ ଖବର ଲେଖାହେବା ପର୍ଯ୍ୟନ୍ତ ୧୦ ଜଣଙ୍କୁ ଉଦ୍ଧାର କରାଯାଇଛି ।ସୂଚନା ମୁତାବକ ମନ୍ଦିର ଭିତରେ ପୂଜାପାଠ ଚାଲୁଥିବା ବେଳେ ହଠାତ ମନ୍ଦିରର ପାଚେରୀ ଭାଙ୍ଗିଯାଇଥିଲା । ଏପଟେ କିଛି ଭକ୍ତ କୁଅ ଉପରେ ଚଢି ଶ୍ରୀରାମଙ୍କ ଦର୍ଶନ କରୁଥିଲେ । ହେଲେ ମନ୍ଦିର ପାଚେରୀ ଭାଙ୍ଗିବା ପରେ ଭକ୍ତଙ୍କ ଭିତରେ ଧାଁ ଦଉଡ ଆରମ୍ଭ ହୋଇଯାଇଥିଲା । ଏସବୁ ଭିତରେ କୁଅ ଉପରେ ଚଢି ଦର୍ଶନ କରୁଥିବା ଭକ୍ତମାନେ କୁଅ ଭିତରକୁ ଗଳିପଡିଥିଲେ ।ସ୍ଥାନୀୟ ପୋଲିସ କମିଶନର ମକରନ୍ଦ ଦେଓସ୍କରଙ୍କ ସମେତ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଘଟଣା ସ୍ଥଳରେ ପହଂଚିଛନ୍ତି । ପୋଲିସ ତରଫରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମନ୍ଦିର ଭିତରେ ଥିବା ସମସ୍ତ ଭକ୍ତଙ୍କୁ ମନ୍ଦିରରୁ ବାହାରକୁ ବାହାର କରିଦିଆଯାଇଛି । ହେଲେ ଯେଉଁ ଲୋକମାନଙ୍କ ଉପରେ ପାଚେରୀ ପଡିଯାଇଥିଲା ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା କିଭଳି ରହିଛି ସେନେଇ କୌଣସି ସୂଚନା ମିଳିପାରି ନାହିଁ ।
![You are currently viewing କୂଅରେ ପଡିଲେ ୨୫ରୁ ଅଧିକ ଭକ୍ତ](https://ansodia.in/wp-content/uploads/2023/03/asdfasdfasf.jpg)
କୂଅରେ ପଡିଲେ ୨୫ରୁ ଅଧିକ ଭକ୍ତ
- Post published:March 30, 2023
- Post category:ଦେଶ-ବିଦେଶ
- Reading time:1 mins read
Tags: madhaypradesh