You are currently viewing ୧ ନଂ ସ୍ଥାନ ହରାଇଲେ ମସ୍କ

୧ ନଂ ସ୍ଥାନ ହରାଇଲେ ମସ୍କ

ୱାଶିଂଟନ(୧୪.୧୨.୨୨) : ଟେସଲା କମ୍ପାନୀର ମାଲିକ ଏଲନ ମସ୍କ ଆଉ ଦେଶର ୧ ନମ୍ବର ଧନୀ ନୁହନ୍ତି । ତାଙ୍କ ସମ୍ପତ୍ତି ତାଲିକା ଏବେ ହ୍ରାସ ପାଇବା ଆରମ୍ଭ ହୋଇଛି । ସେ ଦୀର୍ଘବର୍ଷ ହେଲାଣି ବିଶ୍ୱର ୧ ନମ୍ବର ଧନୀ ଥିଲେ । ହେଲେ ଏବେ ତାଙ୍କୁ ୨ ନମ୍ବର ସ୍ଥାନକୁ ଖସିବାକୁ ପଡିଛି ।  ସେ ୨ନଂ କୁ ଖସିବାରୁ ଫ୍ରାନ୍ସ କୋଟପତି ତଥା ଏଲଭିଏମଚ୍‌ର ମାଲିକ ବେର୍ନାର୍ଡ ଆରନଲ୍ଟ ୧ନଂ ସ୍ଥାନ ଦଖଲ କରିଛନ୍ତି।ଏକଦା ୩୪୦ ବିଲିୟନ ଡଲାରର ମାଲିକ ଥିବା ମସ୍କ ଚଳିତ ବର୍ଷ ୧୦୦ ବିଲିୟନରୁ ଅଧିକ ଡଲାରର କ୍ଷତି ସହିଛନ୍ତି। ବିଶେଷ କରି ଟ୍ୱିଟରକୁ କିଣିବା ପରେ ତାଙ୍କ ସମ୍ପତ୍ତି ହ୍ରାସ ପାଇବାରେ ଲାଗିଛି। ସେହିପରି ସେ ଟ୍ୱିଟର ଉପରେ ବେଶୀ ଫୋକସ କରୁଥିବାରୁ ଟେସଲାର ଶେୟାର ମୂଲ୍ୟ ମଧ୍ୟ ହ୍ରାସ ପାଇବାରେ ଲାଗିଛି। ଏହାର ଫାଇଦା ଆରନଲ୍ଟ ଉଠାଇଛନ୍ତି। ଏଲଭିଏମଚ୍‌ର ଶେୟାର ମୂଲ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।