You are currently viewing ନୂଆ ରୂପରେ ପ୍ରସିଦ୍ଧ ‘ବାବା କା ଢ଼ାବା’

ନୂଆ ରୂପରେ ପ୍ରସିଦ୍ଧ ‘ବାବା କା ଢ଼ାବା’

ନୂଆଦିଲ୍ଲୀ, ଚର୍ଚ୍ଚିତ ‘ବାବ କା ଢ଼ାବା’ ଏବେ ନୂଆ ରୂପରେ । ଏହି ଢ଼ାବାର ୮୦ ବର୍ଷିୟ ମାଲିକ କାନ୍ତ ପ୍ରସାଦ, ଏବେ ମାଲଭିଆ ନଗରରେ ଏକ ନୂତନ ରେଷ୍ଟୁରାଣ୍ଟ ଆରମ୍ଭ କରିଛନ୍ତି । ତାଙ୍କ ପ୍ରତିକ୍ରିୟାରେ ସେ କହିଛନ୍ତି, ‘ଆମେ ସ୍ୱାମୀ ସ୍ତ୍ରୀ ବହୁତ ଖୁସୀ । ଆମ ଉପରେ ଭଗବାନଙ୍କ ଆଶୀର୍ବାଦ ରହିଛି । ଆମକୁ ସାହାଯ୍ୟ କରିଥିବା ଲୋକଙ୍କୁ ଅଶେଷ ଧନ୍ୟବାଦ ଦେଉଛି ।

ମାଲଭିଆ ଠାରେ ଆରମ୍ଭ କରିଥିବା ମୋର ନୂତନ ରେଷ୍ଟୁରାଣ୍ଟକୁ ପରିଦର୍ଶନ କରିବାକୁ ସମସ୍ତଙ୍କୁ ନିବେଦନ କରୁଛି । ଏଠାରେ ଉଭୟ ଭାରତୀୟ ଓ ଚାଇନିଜ ଫୁଡ଼ ପ୍ରସ୍ତୁତ କରାଯାଏ ।’ ସୂଚନା ଥାଉକି, ଗତ କିଛି ମାସ ପୂର୍ବରୁ ଦିଲ୍ଲୀର ଏହି ବୃଦ୍ଧ ଦମ୍ପତ୍ତି ଏକ ଛୋଟିଆ ଢ଼ାବା କରି ନିଜର ଗୁଜୁରାଣ ମେଣ୍ଟାଉ ଥିଲେ । ବର୍ତ୍ତମାନ ସେମାନେ ଆଉ ଏକ ନୂତନ ଢ଼ାବା ନିର୍ମାଣ କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।