ପୁଣିଥରେ ବିହାରର ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର

ବିହାର, ପାଟନାରେ ନବ ନିର୍ବାଚିତ ଏନଡିଏ ବିଧାୟକ ଦଳ ବୈଠକରେ ନୀତୀଶ କୁମାର ପୁଣି ଥରେ ଏନଡିଏ ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି । ଏହା ସହ ନୀତୀଶ କୁମାର ପୁଣି ଥରେ ବିହାରର ମୁଖ୍ୟମନ୍ତ୍ରୀ ହେବା ଏକ ପ୍ରକାରର ସ୍ପଷ୍ଟ ହୋଇଯାଇଛି । ଏହା ସହ ବିଜେପିର ସୁଶୀଲ ମୋଦୀ ମଧ୍ୟ ପୁଣି ଥରେ ଉପମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି । ଏନଡିଏ ବିଧାନସଭା ଦଳ ବୈଠକରେ ସାମିଲ ଥିବା କେନ୍ଦ୍ରିୟ ପର୍ଯ୍ୟାବେକ୍ଷକ ରାଜନାଥ ସିଂ ନୀତୀଶ କୁମାରଙ୍କ ନାମ ଘୋଷଣା କରିଛନ୍ତି । ଏନଡିଏର ଏହି ବୈଠକରେ ସମସ୍ତ ଚାରି ସହଯୋଗୀ ଦଳ ଉପସ୍ଥିତ ଥିଲେ ।

Leave A Reply

Your email address will not be published.