You are currently viewing ରାହୁଲ ଗାନ୍ଧିଙ୍କ ଲୋକସଭା ପଦ ଯିବା ପରେ ବଙ୍ଗଳା ଖାଲି କରିବାକୁ ନୋଟିସ

ରାହୁଲ ଗାନ୍ଧିଙ୍କ ଲୋକସଭା ପଦ ଯିବା ପରେ ବଙ୍ଗଳା ଖାଲି କରିବାକୁ ନୋଟିସ

ନୂଆଦିଲ୍ଲୀ (୨୮.୩.୨୩) :  ସାଂସଦ ଭାବେ ରାହୁଲ ଗାନ୍ଧୀଙ୍କୁ ଦିଆ ଯାଇଥିବା ସରକାରୀ ବାସଭବନ ଖାଲି କରିବା ପାଇଁ ନିର୍ଦ୍ଦେଶ । ଲୋକସଭା ସଦସ୍ୟତା ପଦ ହରାଇବା ପରେ ତାଙ୍କୁ ଘର ଖାଲି କରିବା ପାଇଁ କୁହାଯାଇଛି । ଲୋକସଭା ହାଉସିଂ କମିଟି ପକ୍ଷରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନୋଟିସ୍ ଜାରି କରାଯାଇଛି । ମୋଦୀ ସରନେମ୍’କୁ ନେଇ ବିବାଦୀୟ ଭାଷଣ ପ୍ରସଙ୍ଗରେ ତାଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ଏହା ପରେ ସ୍ୱୟଂକ୍ରୀୟ ଭାବେ ତାଙ୍କ ସାଂସଦ ପଦ ରଦ୍ଦ ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲେ ଲୋକସଭା ସେକ୍ରେଟାରୀ । ଏବେ ପୁଣି ତାଙ୍କୁ ଆଉ ଏକ ଝଟକା ଲାଗିଛି । ରାହୁଲ ଗାନ୍ଧୀ ଆଉ ସାଂସଦ ନଥିବାରୁ ତାଙ୍କୁ ସରକାରୀ ଆବାସ ଖାଲି କରିବାକୁ ପଡିପାରେ । ନୋଟିସ୍ ଅନୁସାରେ ଏପ୍ରିଲ ୨୨ ତାରିଖ ଭିତରେ ନୂଆ ଦିଲ୍ଲୀର ୧୨ ତୁଗଲକ୍ ରୋଡ୍ରେ ଥିବା ସରକାରୀ ଆବାସ ଖାଲି କରିବାକୁ ପଡିବ । ହାଉସିଂ କମିଟିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଜଣେ ସାଂସଦ ସଦସ୍ୟତା ହରାଇବାର ମାସକ ମଧ୍ୟରେ ତାଙ୍କ ବଙ୍ଗଳା ଛାଡ଼ିବେ । ତେବେ ଏହି ନୋଟିସ୍‌ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କଂଗ୍ରେସ ସାଂସଦ ପ୍ରମୋଦ ତିୱାରୀ କହିଛନ୍ତି, ଏହା ରାହୁଲ ଗାନ୍ଧିଙ୍କ ପ୍ରତି ବିଜେପିର ଘୃଣାକୁ ପଦାରେ ପକାଇଦେଇଛି । ନୋଟିସ୍‌ ଦିଆଯିବା ପରେ ବି ଜଣେ ୩୦ ଦିନ ଏହି ଘରେ ରହିପାରିବେ । ୩୦ ଦିନ ସମୟ ପରେ ଜଣେ ବଜାର ଦର ହିସାବରେ ଏହି ଘରେ ଭଡ଼ାରେ ମଧ୍ୟ ରହିପାରିବେ । ରାହୁଲ ଗାନ୍ଧି ଜେଡ୍‌ ପ୍ଲସ ସୁରକ୍ଷା ଶ୍ରେଣୀରେ ଆସୁଛନ୍ତି ବୋଲି ସେ କହିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।