You are currently viewing ବିଶ୍ୱର ବିପଦଜନକ ଦେଶ ପାକିସ୍ତାନ : ଜୋ ବାଇଡେନ

ବିଶ୍ୱର ବିପଦଜନକ ଦେଶ ପାକିସ୍ତାନ : ଜୋ ବାଇଡେନ

ୱାଶିଂଟନ (୧୫.୧୦.୨୨) : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ପାକିସ୍ତାନକୁ ବିଶ୍ୱର ସବୁଠାରୁ ବିପଦ ଜନକ ରାଷ୍ଟ୍ର କହିଛନ୍ତି । ଶୁକ୍ରବାର ରାଷ୍ଟ୍ରପତି ବାଇଡେନ୍ ଡେମୋକ୍ରାଟିକ କଂଗ୍ରେସନାଲ ପ୍ରଚାର କମିଟି ରିସେପସନକୁ ସମ୍ବୋଧପ କରିବା ବେଳେ ଏକଥା କହିଥିବା ହ୍ୱାଇଟ ହାୁସ ପକ୍ଷରୁ ବିବୃତ୍ତିରୁ ସ୍ପଷ୍ଟ ହୋଇଛି ।

ବାଇଡେନ କହିଛନ୍ତି ‘ମୁଁ ଯାହା ଭାବୁଛି ବିଶ୍ୱର ଅନ୍ୟତମ ସବୁଠାରୁ ବିପଦଜନକ ଦେଶ ହେଉଛି ପାକିସ୍ତାନ । କାରଣ ଏହି ଦେଶ ପାଖରେ ବିନା କୌଣସି ବୁଝାମଣାରେ ପରମାଣୁ ଅସ୍ତ୍ରଶସ୍ତ୍ର ରହିଛି ।’ ରୁଷ- ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଓ ଏହା କେମିତି ବିଶ୍ୱକୁ ପ୍ରଭାବିତ କରୁଛି ସେ ବିଷୟରେ କହିବା ବେଳେ ରାଷ୍ଟ୍ରପତି ବାଇଡେନ ପାକିସ୍ତାନ କଥା ଉଠାଇଛନ୍ତି । ଏହା ସହ ଆମେରିକା ସହ ଅନ୍ୟ ଦେଶଗୁଡିକ ସମ୍ପର୍କ ବିଷୟରେ ମଧ୍ୟ ମତ ରଖିଛନ୍ତି ।

   ଆମେରିକା ଓ ପାକିସ୍ତାନ ମଧ୍ୟରେ ପ୍ରାୟ ୩ ସପ୍ତାହ ତଳେ ଏଫ-୧୬ର ସାମଗ୍ରୀ ସମ୍ପର୍କରେ ଡିଲ୍ ହୋଇଥିଲା। ଏହି ଘଟଣାକୁ ନେଇ ଭାରତ ଆପତ୍ତି ମଧ୍ୟ ଉଠାଇଥିଲା। ବିବାଦ ଭିତରେ ରାଷ୍ଟ୍ରପତି ବାଇଡେନ ଶୁକ୍ରବାର ଏପରି ବୟାନ ଦେଇଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।