You are currently viewing ଭାରତ ଠାରୁ ମଶାରି କିଣିବ ପାକିସ୍ତାନ

ଭାରତ ଠାରୁ ମଶାରି କିଣିବ ପାକିସ୍ତାନ

ଇସଲାମାବାଦ (୧୨.୧୦.୨୨) : ବନ୍ୟା ପରେ ଏବେ ମ୍ୟାଲେରିଆ ଚିନ୍ତା ବଢାଇଛି ପାକିସ୍ତାନରେ । ପାକିସ୍ତାନରେ ମ୍ୟାଲେରିଆ ବ୍ୟାପିଛି । ଏହା ଯୋଗୁଁ ଦେଶରେ ସ୍ୱାସ୍ଥ୍ୟ ସଂକଟ ଦେଖା ଦେଇଛି । ମ୍ୟାଲେରିଆର ମୁକାବିଲା ପାଇଁ ଭାରତ ଠାରୁ ଭାରତ ମଶାରି କିଣିବାକୁ ନିଷ୍ପତ୍ତି ନିଆଯାଇଛି । ମଙ୍ଗଳବାର ଏ ବାବଦ ଏକ ପ୍ରସ୍ତାବକୁ ପାକ ସ୍ୱାସ୍ଥ୍ୟ ମନ୍ତ୍ରଳାୟ ପକ୍ଷରୁ ଅନୁମୋଦନ ଦିଆଯାଇଛି ।

ତେବେ ଏହି ମଶାରି କିଣିବା ପାଇଁ ପାକିସ୍ତାନ କୌଣସି ଅର୍ଥ ଖର୍ଚ୍ଚ କରିବ ନାହିଁ । ଆନ୍ତର୍ଜାତୀୟ ପାଣ୍ଠିରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅର୍ଥ ଯୋଗାଡ କରି ଏହି ମଶାରି କିଣି ପାକିସ୍ତାନକୁ ଦେବ । ଯଥା ଶିଘ୍ର ମଶାରି କିଣିବା ପାଇଁ ଯୋଜନା କରାଯାଉଥିବା ଡବ୍ଲ୍ୟୁଏଚଓ ଅଧିକାରୀମାନେ କହିଛନ୍ତି । ସେମାନଙ୍କ ମୁତାବକ ୱାଘା ସୀମା ଦେଇ ଆସନ୍ତା ମାସରେ ଭାରତରୁ ମଶାରି ଆସିବ ।

  ପାକିସ୍ତାନ ଏ ବର୍ଷ ଭୟଙ୍କର ବନ୍ୟାର ସମ୍ମୁଖୀନ ହୋଇଥିଲା । ଏହାଯୋଗୁ ୩.୩ କୋଟି ଲୋକ ବିସ୍ଥାପିତ ହୋଇଥିଲା ବେଳେ ୧,୭୦୦ରୁ ଊଦ୍ଧ୍ୱର୍ ପ୍ରାଣ ହରାଇଥିଲେ । ଦେଶର ଏକତୃତୀୟାଂଶ ଭାଗ ବନ୍ୟାଜଳରେ ବୁଡ଼ିଯାଇଥିଲା । ବନ୍ୟାଜଳ ଦୀର୍ଘଦିନ ଧରି ଜମି ରହିବା ଯୋଗୁ ମଶାବଂଶ ବଢ଼ିଥିଲା, ଯାହା କି ମ୍ୟାଲେରିଆ ଓ ଅନ୍ୟ ସଂକ୍ରାମକ ରୋଗର କାରଣ ସାଜିଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।