You are currently viewing ଆସନ୍ତାକାଲି ଛତିଶଗଡ଼ ବିଧାନସଭା ନିର୍ବାଚନ, ଭୋଟିଂ ପୂର୍ବରୁ କଡ଼ା ସୁରକ୍ଷା ବ୍ୟବସ୍ଥା

ଆସନ୍ତାକାଲି ଛତିଶଗଡ଼ ବିଧାନସଭା ନିର୍ବାଚନ, ଭୋଟିଂ ପୂର୍ବରୁ କଡ଼ା ସୁରକ୍ଷା ବ୍ୟବସ୍ଥା

ଛତିଶଗଡ଼: ଆସନ୍ତାକାଲି ଛତିଶଗଡ଼ ବିଧାନସଭା ନିର୍ବାଚନ। ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ପାଇଁ ପ୍ରଚାର ସରିଛି। ତେବେ ୯୦ ଆସନ ବିଶିଷ୍ଟ ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟରେ ୨୦ଟି ଆସନରେ ଭୋଟର ମତଦାନ କରିବେ। ଅବିଭକ୍ତ ବସ୍ତର ଓ ରାଜନନ୍ଦଗାଓ ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ, ଭୋଟିଂ ପୂର୍ବରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ବସ୍ତର, ଦାନ୍ତେୱାଡ଼ା, କାଙ୍କେର୍ ଓ କୋଣ୍ଡାଗାଓଁ ଆଦି ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ପୋଲିସ ସମେତ ସଶସ୍ତ୍ର ବାହିନୀ, ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ, ଜିଏସଟି ବିଭାଗ ପକ୍ଷରୁ ଚେକିଂ କଡ଼ାକଡ଼ି କରାଯାଇଛି। ଗାଡ଼ି ଗୁଡ଼ିକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି । ସୁରକ୍ଷା ବ୍ୟବସ୍ଥା ସହ ସ୍ବଚ୍ଛ ମତଦାନ ସଂପର୍କରେ ବସ୍ତର SP ଜିତେନ୍ଦ୍ର ସିଂହ ମୀନା ଓ ଜିଲ୍ଲାପାଳ ବିଜୟ ଦୟାରାମଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି ।

ଅନ୍ୟପଟେ ଗତକାଲି କଂଗ୍ରେସ ଛତିଶଗଡ଼ରେ ଏହାର ନିର୍ବାଚନୀ ଘୋଷଣାପତ୍ର ଆଣି ମତଦାତାଙ୍କୁ ଖୁସି କରିବା ଲାଗି ଚେଷ୍ଟା କରିଛି । ଆସନ୍ତା ୧୭ରେ ଛତିଶଗଡ଼ରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ହେବ । ତେବେ ଡିସେମ୍ବର ୩ ରେ ଭୋଟ ଗଣତି ହେବ ବୋଲି ଜଣା ପଡ଼ିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।