ପରାକ୍ରମ ଦିବସ ରୂପେ ପାଳନ ହେବ ନେତାଜୀ ଜୟନ୍ତୀ

ଭୁବନେଶ୍ୱର, ଜାନୁଆରୀ ୨୩ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନକୁ ପ୍ରତିବର୍ଷ ପରାକ୍ରମ ଦିବସ ଭାବରେ ପାଳନ କରାଯିବ । ଏନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ନେତାଜୀଙ୍କ ଅମର ଆତ୍ମା ଓ ତାଙ୍କ ନିଃସ୍ୱାର୍ଥପର ସେବା ଦେଶ ପ୍ରତି ବଳିଦାନକୁ ମନେ ରଖିବା ପାଇଁ ଭାରତ ସରକାରଙ୍କ ତରଫରୁ ଜାନୁଆରୀ ୨୩ରେ ନେତାଜୀ ଜୟନ୍ତୀ ପାଳନ କରାଯାଉଛି । ଏଣିକି ପ୍ରତିବର୍ଷ ପରାକ୍ରମ ଦିବସ ଏହି ଦିନ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.