You are currently viewing ରିଜର୍ଭ ବ୍ୟାଙ୍କ ତରଫରୁ ଗ୍ରାହକଙ୍କ ପାଇଁ ନୂଆ ସୁବିଧା; ଏଣିକି ଟ୍ରାନ୍ସଫର୍ କଲେ କଟିବନି ପଇସା

ରିଜର୍ଭ ବ୍ୟାଙ୍କ ତରଫରୁ ଗ୍ରାହକଙ୍କ ପାଇଁ ନୂଆ ସୁବିଧା; ଏଣିକି ଟ୍ରାନ୍ସଫର୍ କଲେ କଟିବନି ପଇସା

ନୂଆଦିଲ୍ଲୀ,ରିଜର୍ଭ ବ୍ୟଙ୍କ ଅଫ୍ ଇଣ୍ଡିଆ ଗ୍ରାହକ ସମସ୍ତ ପ୍ରକାର ସୁବିଧା ପାଇଁ ପ୍ରତିଦିନ କିଛିି ନା କିଛି ନୂତନ ସୁବିଧା ଘୋଷଣା କରୁଛି । ବର୍ତ୍ତମାନ କୋଟି କୋଟି ଗ୍ରାହକଙ୍କ ପାଇଁ ଆରବିଆଇ ଆଉ ଏକ ବଡ ଘୋଷଣା କରିଛି । ଡିସେମ୍ବର ୨୦ ତାରିଖଠାରୁ ରିୟଲ ଟାଇମସ ଗ୍ରସ୍ ସେଟେଲମେଣ୍ଟ  (RTGS ) ସିଷ୍ଟମକୁ ୨୪ ଘଣ୍ଟା ସାତ ଦିନ ଚାଲୁ ରଖିବା ପାଇଁ ଘୋଷଣା କରିଛି । ଅର୍ଥାତ ଆପଣଙ୍କୁ ଅଧିକ ପଇସା ଟ୍ରାନସ୍‌ଫର କରିବା ପାଇଁ ବ୍ୟାଙ୍କ ଖୋଲା କିମ୍ବା ବନ୍ଦ ହେବା ପାଇଁ ଅପେକ୍ଷା କରିବାକୁ ପଡିବ ନାହିଁ ।
ଗ୍ରାହକମାନଙ୍କ ପାଇଁ ଏହି ଆରଟିଜିଏସ ସିଷ୍ଟମ ସକାଳ ୬ ରୁ ସନ୍ଧ୍ୟା ୬ ଯର୍ଯ୍ୟନ୍ତ ରହିଛି । ଚତୁର୍ଥ ଶନିବାରକୁ ଯେବେ ବ୍ୟାଙ୍କର ଛୁଟି ହୁଏ ଏହି ସୁବିଧା ସେହି ଦିନ ଉପଲବ୍ଧ ନଥାଏ ଏବଂ ରବିବାରକୁ ମଧ୍ୟ ଏହା ବନ୍ଦ ରୁହେ ।
ଦେଶରେ ଡିଜିଟାଲ ବ୍ୟାଙ୍କିଙ୍ଗକୁ ପ୍ରୋତ୍ସାହିତ କରିବା ପାଇଁ ବ୍ୟାଙ୍କ ଏହି ପଦକ୍ଷେପ ନେଇଛି । କରୋନା କାଳରେ ଡିଜିଟାଲ ବ୍ୟାଙ୍କିଙ୍ଗର ବ୍ୟବହାର ବୃଦ୍ଧି ପାଇଛି । ଆରଟିଜିଏସ ଅଧିନରେ ସର୍ବନିମ ସ୍ଥାନାନ୍ତରଣର ପରିମାଣ ହେଉଛି ୨ ଲକ୍ଷଟଙ୍କା ।
ଆରଟିଜିଏସ କ’ଣ ?
ଏହା ହେଉଛି ରିୟଲ ଟାଇମ ଗ୍ରସ୍ ସେଟେଲମେଣ୍ଟ ସିଷ୍ଟମ । ରିୟଲ ଟାଇମର ଅର୍ଥ ହେଲା ବର୍ତ୍ତମାନ ବା ସଙ୍ଗେ ସଙ୍ଗେ । ଅର୍ଥାତ ଆପଣ ପଇସା ଟ୍ରାନସଫର କରିବା ସଙ୍ଗେ ସଙ୍ଗେ ହିଁ ପଇସା ବ୍ୟାଙ୍କରେ ଜମା ହୋଇଯିବ ।
ଏହି ସୁବିଧା ହେଉଛି ମାଗଣା । ଏହାକୁ ବିନା ମୂଲ୍ୟରେ ଜଣେ ବ୍ୟକ୍ତି ଉପଭୋଗ କରିପାରିବେ । ୬ଜୁନ୍ ୨୦୧୯ ରେ ଆରବିଆଇ ସାଧାରଣ ଲୋକଙ୍କ ଉପକାର ପାଇଁ ରିୟଲ ଟାଇମସ ଗ୍ରସ୍ ସେଟେଲମେଣ୍ଟ ଏବଂ ନେସନାଲ ଇଲେକ୍ଟ୍ରିକ୍ ଫଣ୍ଡ ଟ୍ରାନସଫର ଜରିଆରେ ହେଉଥିବା ଟ୍ରାନସଫରକୁ ମାଗଣା କରିଦେଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।